www.samajalive.in
Thursday, December 11, 2025
15.1 C
Bhubaneswar

ମୋହନାରେ ଗଡ଼ିଲା କୋଭିଡ ଟୀକା ସଚେତନତା ରଥ

ମୋହନା: ଗଜପତି ଜିଲ୍ଲା ମୋହନା ମେଡିକାଲ ପରିସରରେ ଆଜି ଗଡ଼ିଛି କୋଭିଡି ଟୀକା ସଚେତନତା ରଥ। କେନ୍ଦ୍ର ସରକାରଙ୍କ ମାଗଣା ଟୀକା କରଣ ରଥ ଗଜପତି ଜିଲ୍ଲାର ବିଭିନ ଦୁର୍ଗମ ଅଞ୍ଚଳକୁ ଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କୁ ଗୀତ ମାଧ୍ୟମରେ ଯେପରି ଲୋକଙ୍କୁ ବୁଝା ଯିବ ତାହାରି ବ୍ୟବସ୍ତା କରାଇଛନ୍ତି। ଏହି ଗାଡିକୁ ମୋହନା ମେଡିକାଲ ଅଧିକାରିଣୀ ଡ଼ା ନମିତା ପଣ୍ଡା ପତାକା ଦେଖାଇ ଏହାର ଶୁଭାରମ୍ଭ କରାଇଥିଲେ। ବିଡିଓ ସାର୍ଥକ ସୌରଭ ମହାପାତ୍ର ନଡିଆ ଭାଙ୍ଗି ଦୀପ ପ୍ରଜଳନ କରିଥିଲେ। ଏହି ଗାଡି ୫ ଦିନ ଧରି ମୋହନା ବ୍ଲକର ବିଭିନ ଦୁର୍ଗମ ଗ୍ରାମଗୁଡିକ ପରିଭ୍ରମଣ କରିବ। ପ୍ରଥମ ଦିନରେ ଗରଡ଼ମା, କଟାମା, ପାଣିଗଣ୍ଡା, ଆଲିଗଣ୍ଡା, ଦମାଦୁଆ ଭଳି ଗ୍ରାମରେ ପହଞ୍ଚି ଲୋକଙ୍କୁ କରୋନା ଟୀକାର ଉପାଦେୟତା ସମ୍ବନ୍ଧରେ ବୁଝାଇବ ବୋଲି ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅନୁଷ୍ଠାନର ଭିକାରି ଚ଼ରଣ ବେହେରା, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଭୁ ପ୍ରସାଦ କର ଓ ମେଡିକାଲ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories