ରାଜ୍ୟରେ ୫ ବର୍ଷରେ ବଢ଼ିଛନ୍ତି ୨୧ ଲକ୍ଷ ଭୋଟର

0

ଭୁବନେଶ୍ବର : ରାଜ୍ୟରେ ଶନିବାର  ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ୩,୧୨,୫୨,୩୩୩ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୧,୬୧,୧୪,୨୦୦ ଜଣ ପୁରୁଷ, ୧,୫୧,୩୬,୦୩୬ଜଣ ମହିଳା ଏବଂ ୨୦୯୭ ଜଣ ତୃତୀୟ ଲିଙ୍ଗର ଭୋଟର ଅନ୍ତର୍ଭୁକ୍ତ। ସଂକ୍ଷିପ୍ତ ସଂଶେ‌ାଧନ ପରେ ଏହି ସଂଖ୍ୟା ବୃଦ୍ଧି ପାଇବ। ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନ ସମୟରେ ଭୋଟରଙ୍କ ସଂଖ୍ୟା ୨, ୯୧, ୫୨, ୫୧୪ ଥିଲା। ଇତିମଧ୍ୟରେ ଏହା ୨୦ ଲକ୍ଷ ୯୯ ହଜାର ୮୧୯ ଜଣ ଭୋଟରଙ୍କ ସଂଖ୍ୟା ବଢ଼ିଛି।
ସେହିପରି ରାଜ୍ୟରେ ୨୦୧୪ ସାଧାରଣ ନିର୍ବାଚନ ସମୟରେ ୩୫,୮୯୬ଟି ଭୋଟ ଗ୍ରହଣ କେନ୍ଦ୍ର(ବୁଥ) ଥିଲା। ଭୋଟ ଗ୍ରହଣ କେନ୍ଦ୍ରର ପୁନର୍ଗଠନ କରାଯାଇଛି। ଏବେ ଏହି ସଂଖ୍ୟା ୩୭,୬୦୬କୁ ବୃଦ୍ଧି ପାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କ ପ୍ରସ୍ତାବ ଅନୁସାରେ ୨୯୪ଟି ଭୋଟ ଗ୍ରହଣ କେନ୍ଦ୍ର ଉଚ୍ଛେଦ କରାଯାଇଛି ଏବଂ ୨୦୦୪ଟି ନୂତନ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହୋଇଛି। ଗ୍ରାମାଞ୍ଚଳରେ ୧୨୦୦ ଭୋଟର ଏବଂ ସହରାଞ୍ଚଳରେ ୧୪୦୦ ଭୋଟରଙ୍କ ପାଇଁ ଗୋଟିଏ ବୁଥ କାର୍ଯ୍ୟକ୍ଷମ ହେବ।

Leave A Reply