www.samajalive.in
Wednesday, December 10, 2025
14.1 C
Bhubaneswar

ଆଫଗାନିସ୍ତାନରୁ ୧୨୦ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ

କାବୁଲ: ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବା ଧ୍ୱସ୍ତ ବିଧ୍ୱସ୍ତ ଆଫଗାନିସ୍ତାନରୁ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ସ୍ୱଦେଶ ଫେରିଆସିଛି। ଇତିମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ସୋମବାର ଦିନ ଆଫଗାନିସ୍ତାନରେ ଆତଙ୍କିମାନଙ୍କ ଆତଙ୍କ ବିରୁଦ୍ଧରେ ଲଢେଇ କରିବାକୁ ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଇତିମଧ୍ୟରେ ଆମେରିକା ପ୍ରଶାସନ ସେଠାରୁ ପଳାଇ ଆସୁଥିବା ଲୋକଙ୍କୁ ଶରଣାର୍ଥୀ ଭାବରେ ଆଶ୍ରୟ ଦେବାକୁ ପ୍ରତିଶ୍ରୁତି ଦେଇଛି। ଆଫଗାନ ନାଗରିକ ଅନ୍ୟ ଦେଶକୁ ଯିବା ଏବଂ ଶରଣାର୍ଥୀ ସହାୟତା ବାବଦରେ ଆମେରିକା ୫୦୦ ନିୟୁତ ଡଲାର ଜରୁରୀକାଳୀନ ସହାୟତା ଦେବାକୁ ଘୋଷଣା କରିଛି। କାବୁଲ ବିମାନ ବନ୍ଦରୁ ସି-୧୭ ଭାରତୀୟ ବାୟୁସେନା ବିମାନ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଫେରିଆସିଛି। ଏହି କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସୋମବାର ସଂଧ୍ୟାରେ ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଇତିମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଫଗାନରୁ ନିଜ ନାଗରିକଙ୍କୁ ତୁରନ୍ତ ଫେରାଇ ଆଣିବା ପ୍ରକ୍ରିୟା ସହଜ କରିବାକୁ ଇ-ଭିସା ଜାରି କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories