ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକର ସବୁଜ ବାହିନୀ ପକ୍ଷରୁ ଲୋକଟିଏକୁ ଗଛଟିଏ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୫୦ଟି ପେସ୍ତା ବାଦାମ ଚାରା ରାୟଗଡା କେନ୍ଦ୍ରୀୟ ଉତ୍ପାଦନ କେନ୍ଦ୍ରରୁ ଅଣାଯାଇ ପଚାଶ ଜଣଙ୍କୁ ବଣ୍ଟନକରାଯାଇଛି। ଲକ୍ଷ୍ମୀପୁରରେ ଗଛ ମଣିଷ ଭାବେ ପରିଚିତ ଗୋପେଶ୍ଵର ଗରଡାଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ସାଂସଦ ଝିନ ହିକକା ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ହେମନ୍ତ ମହାନନ୍ଦିଆ, ସୁବାସ ମାଝି ଓ ସୀମା ବୈପାରି ପ୍ରମୁଖ ସହଯୋଗ କରିଥିଲେ । ଅସନ୍ତୁଳିତ ପରିବେଶକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶ୍ରୀ ଗରଡ଼ା ପ୍ରାୟ ଦୁଇ ବର୍ଷ ହେଲା ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏପରିକି ଲୋକଟିଏ ଗଛଟିଏ ନାରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ସହିତ ରୋପଣ ହେଉଥିବା ଚାରା ଗୁଡିକର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦିଆଯାଉଛି।
ଲୋକଟିଏକୁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
Popular Categories



