www.samajalive.in
Saturday, December 13, 2025
14.1 C
Bhubaneswar

‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’- ଚଳିତ ବର୍ଷ ସ୍ୱାଧୀନତା ଦିବସର ଶୀର୍ଷକ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ତାହାର ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି। ୧୯୪୭ ଅଗଷ୍ଟ ୧୫ରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ପରିଚିତ ହୋଇଥିଲା ଭାରତ। ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ନୂଆଦିଲ୍ଲୀସ୍ଥିତ ଲାଲ କିଲ୍ଲାର ଲାହୋରି ଗେଟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଗଷ୍ଟ ୧୪ ମଧ୍ୟରାତ୍ରି ପୂର୍ବରୁ ବିଧାନ ପ୍ରଣୟନକାରୀ ସଭାରେ ଐତିହାସିକ ଅଭିଭାଷଣ ଦେଇ ନେହରୁ କହିଥିଲେ, ଦୀର୍ଘ ବର୍ଷ ପୂବେ ଆମେ ଆମର ଲକ୍ଷ୍ୟ ସ୍ଥିର କରିଥିଲୁ ଏବଂ ଏବେ ସମୟ ଆସିଛି ଯେତେବେଳେ ଆମେ ଆମ ଶପଥକୁ ସାକାର କରିବୁ, ପୂର୍ଣ୍ଣ ଭାବରେ ଅଥବା ପୂର୍ଣ୍ଣ ପଦକ୍ଷେପରେ ନୁହେଁ, ବରଂ ଉଲ୍ଲେଖନୀୟ ଭାବରେ କରିବୁ। ମଧ୍ୟରାତ୍ରିର ଠିକ୍‍ ପରେ ପରେ ସାରା ବିଶ୍ୱ ଯେତେବେଳେ ନିଦ୍ରା ଯାଇଥିବ, ଭାରତ ଜୀବନ ଓ ସ୍ୱାଧୀନତାକୁ ନେଇ ଜାଗି ଉଠିବ। ପ୍ରତିବର୍ଷ ଏହି ଦିନଟିକୁ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ପତାକା ଉତ୍ତୋଳନ ସମାରୋହ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ ଜରିଆରେ ସାରା ଦେଶରେ ପାଳନ କରାଯାଉଛି।

ତେବେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନର ଶୀର୍ଷକ ରଖାଯାଇଛି ‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’। ଫୁଲଠାରୁ ନେଇ ଚିତ୍ରାଙ୍କନ ପର୍ଯ୍ୟନ୍ତ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ସେଥିରେ ଏହି ଶୀର୍ଷକ ‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’ ପ୍ରଦର୍ଶିତ ହେବ। ପାରମ୍ପରିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ ବର୍ଷ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା ଭାରତର କ୍ରୀଡାବିତଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଭାବରେ ଆମନ୍ତ୍ରିତ କରାଯାଇଛି। ତେବେ ଚଳିତ ବର୍ଷର କାର୍ଯ୍ୟକ୍ରମ ଗତବର୍ଷ ଭଳି କଡା କଟକଣା ମଧ୍ୟରେ ପାଳନ କରାଯିବ ଏବଂ ସର୍ବସାଧାରଣଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ମିଳିବ ନାହିଁ।

Hot this week

ଶନିବର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories