www.samajalive.in
Thursday, December 11, 2025
26.1 C
Bhubaneswar

କେନ୍ଦ୍ରାପଡାରେ ଅନୁସୂଚିତ ଜାତି ଲୋକଙ୍କୁ ଆକ୍ରମଣ ଘଟଣାରେ ବୌଦ୍ଧରେ ବିଜେପି ପକ୍ଷରୁ ବିକ୍ଷୋଭ

ବୌଦ୍ଧ: ରାଜ୍ୟରେ ବିଭିନ୍ନ ଅନୁସୁଚତି ଜାତି ଓ ଜନଜାତି ଲୋକ ଶୋଷିତ ହେଉଥିବା ସହ ନ୍ୟାୟ ପାଉନଥିବା ନେଇ ବୁଧବାର ଦିନ ବୌଦ୍ଧ ବିଜେପି ଅନୁସୁଚତି ଜାତି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯିବା ସହ ନ୍ୟାୟ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିଛି ଦିନ ତଳେ କେନ୍ଦ୍ରାପଡା ଜିଲା ଆଳି ନିର୍ବାଚନ ମଣ୍ଡଳୀର ବାଳକାଟି ଗ୍ରାମର ହରିଶ ମଲିକ ତାଙ୍କ ବାଳକାଟି ପଞ୍ଚାୟତରେ ହୋଇଥିବା ଦୁର୍ନୀତି ନେଇ ବିଭିନ୍ନ ସମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଗତ ଜୁଲାଇ ୧ ତାରିଖରେ ତାଙ୍କ ପରିବାର ଲୋକଙ୍କୁ ଶାସକ ଦଳର ନେତାଙ୍କ ପ୍ରରୋଚନାରେ ସ୍ଥାନୀୟ ସରପଞ୍ଚ ଓ ସମର୍ଥକମାନେ ମାଡ ମାରିଥିବା ଅଭିଯୋଗ କରିଥିଲେ। କିନ୍ତୁ ଏନେଇ ପୋଲିସ ପାଖରେ ଦ୍ୱାରସ୍ଥ ହୋଈଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଏନେଇ ବୌଦ୍ଧ ବିଜେପି ଅନୁସୁଚତି ଜାତି ମୋର୍ଚ୍ଚା ସଭାପତି ରାଜୀବ ଦେହୁରୀଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଏକ ରାଲି କରି ଜିଲାପାଳଙ୍କ କାର୍ଯ୍ୟାାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ। ଏହା ସହ ଏକ ଦାବୀ ପତ୍ର ଜିଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories