www.samajalive.in
Friday, December 12, 2025
19.1 C
Bhubaneswar

ନବମ ଓ ଦଶମ ପାଇଁ ବିକଳ୍ପ ପଦ୍ଧତି, ଦୁଇ ପର୍ଯ୍ୟାୟରେ ପରୀକ୍ଷା

ଭୁବନେଶ୍ବର: କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୧-୨୨ ଶିକ୍ଷା ବର୍ଷକୁ ଦୁଇ ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ। ପ୍ରତି ପର୍ଯ୍ୟାୟରେ ପିଲା ୫୦ ପ୍ରତିଶତ ପାଠ ପଢିବେ ଓ ତଦନୁଯାୟୀ ପରୀକ୍ଷା ଦେବେ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ। ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ଖୁବଶୀଘ୍ର ବୋର୍ଡ ବିଜ୍ଞପ୍ତି ଜାରି କରିବ।

କରୋନା ସ୍ଥତି ପାଇଁ ଗତବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷ ବାତିଲ ହୋଇଯାଇଥିଲା । ଏହାପରେ ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଗଲା । ତେବେ ଆଗକୁ ଯେପରି ଏଭଳି ଅସୁବିଧା ନଉପୁଜେ ସେଥିପାଇଁ ନୁଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି । ନବମ ଓ
ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

- Advertisement -

୨୦୨୧-୨୨ର ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ସରିବ। ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ। ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ। ଗତବର୍ଷ ଭଳି ପାଠ୍ୟକ୍ରମ କମ୍ ରହିବ। ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ବୋର୍ଡ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ।

ସ୍କୁଲରେ ପିଲାଙ୍କ ପାଠପଢ଼ା ନେଇ ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ। ମୋଟ୍ ୪ଟି ଆଭ୍ୟନ୍ତରୀଣ ମୂଲ୍ୟାୟନ (ଇଣ୍ଟରନାଲ ଆସେସ୍‌ମେଣ୍ଟ) କରାଯିବ। ଅର୍ଥାତ୍ ପ୍ରତି ପର୍ଯ୍ୟାୟ ଭିତରେ ଦୁଇଟି ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବାର ବ୍ୟବସ୍ଥା କରାଯାଉଛି। ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ମୂଲ୍ୟାୟନ ହେବ। ଦଶମ ଶ୍ରେଣୀ ପାଇଁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରଥମ ଆଭ୍ୟନ୍ତରୀଣ ମୂଲ୍ୟାୟନ, ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ତୃତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଚତୁର୍ଥ ଅାଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବ।

ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶରେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ପ୍ରତିଶତ ଗୁରତ୍ୱ ବହନ କରିବ। ସେହିଭଳି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳ ଚୂଡ଼ାନ୍ତ ପରୀକ୍ଷା ଫଳରେ ୩୦ ପ୍ରତିଶତ ଗୁରୁତ୍ୱ ବହନ କରିବ। ତେବେ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ଫଳ ଚୂଡ଼ାନ୍ତ ପରୀକ୍ଷାଫଳ ପ୍ରକାଶ ସମୟରେ ୫୦ ପ୍ରତିଶତ ଗୁରୁତ୍ୱ ବହନ କରିବ। ପ୍ରତି ପର୍ଯ୍ୟାୟ ଶେଷରେ ଏକ ପରୀକ୍ଷା କରାଯିବ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ। ଆଉ ଏଥିପାଇଁ ପିଲାଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାକୂ ପଡ଼ିବ।

ନଭେମ୍ବର ଶେଷ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟ ପାଠପଢ଼ା ଶେଷ ପରେ ପରୀକ୍ଷା ହେବାକୁ ଥିବା ବେଳେ ଏହି ପରୀକ୍ଷା ଏକ ଘଣ୍ଟାର ହେବ। ଦଶମ ଶ୍ରେଣୀ ପାଇଁ ୫୦ ଅଙ୍କର ହେବାକୁ ଥିବା ଏହି ପରୀକ୍ଷାରେ ବହୁ ଉତ୍ତରମୂଳକ ପସନ୍ଦଯୋଗ୍ୟ(ମଲଟିପଲ ଚଏସ)ର ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଠପଢ଼ା ପରେ ଚୂଡ଼ାନ୍ତ ପରୀକ୍ଷା ହେବ। ଏଥିରେ ୫୦ ଅଙ୍କ ମଲଟିପଲ ପସନ୍ଦଯୋଗ୍ୟ ପ୍ରଶ୍ନ ରହିବ ଓ ୨୦ ଅଙ୍କର ଦୀର୍ଘ ଉତ୍ତର ପ୍ରଶ୍ନର ବ୍ୟବସ୍ଥା ରହିବ । ପୁରା ପାଠ୍ୟକ୍ରମରୁ ଏହି ସବୁ ପ୍ରଶ୍ନ ଆସିବ।

ଯଦି ପୁଣି କୋଭିଡ ଭଳି ସ୍ଥିତି ଉପୁଜେ, ଆଉ ପିଲାମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ନ ପାରନ୍ତି, ତାହେଲେ ସେମାନେ ଘରୁ ପରୀକ୍ଷା ଦେଇପାରିବେ। ଆଉ ଏହାର ମୂଲ୍ୟାୟନ ଏକ ନିରପେକ୍ଷ ବିଦ୍ୟାଳୟରେ କରାଯିବ ଓ ଏହି ଫଳ ବୋର୍ଡ ପୋର୍ଟାଲରେ ଅପଲୋଡ କରାଯିବ। ତେବେ କେଉଁ କେଉଁ ନିରପେକ୍ଷ ବିଦ୍ୟାଳୟରେ ମୂଲ୍ୟାୟନ ହେବ ତାହା ଜିଲ୍ଲା ଶିକ୍ଷାଧିକାରୀ ନିଷ୍ପତି ନେବେ।

ଯଦି ଦଶମ ଶ୍ରେଣୀର ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହୁଏ, ତାହେଲେ ଆଭ୍ୟନ୍ତରୀଣ ମୂଲ୍ୟାୟନକୁ ୨୦ ପ୍ରତିଶତ ଗୁରୁତ୍ୱ, ପ୍ରଥମ ପର୍ଯ୍ୟାୟ ଫଳାଫଳକୁ ୩୦ ପ୍ରତିଶତ ଗୁରୁତ୍ୱ ଓ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳକୁ ୫୦ ପ୍ରତିଶତ ଗୁରୁତ୍ୱ ମିଳିବ। ଆଉ ଯଦି ଦୁଇଟିଯାକ ପରୀକ୍ଷା ହୋଇ ନପାରେ ତାହେଲେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ପ୍ରତିଶତ, ପ୍ରଥମ ପର୍ଯ୍ୟାୟ ୩୦ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟ ୫୦ ପ୍ରତିଶତ ଗୁରୁତ୍ୱ ବହନ କରିବ । ଏହା ସହ ଜଣେ ଛାତ୍ରର ପୂର୍ବ ୫ ବର୍ଷର ପରୀକ୍ଷା ଫଳକୁ ମଧ୍ୟ ବିଚାରକୁ ନିଆଯିବ ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories