www.samajalive.in
Monday, December 8, 2025
14.1 C
Bhubaneswar

ଉତ୍କଳମଣିଙ୍କ ନିକଟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ – ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ

ରଘୁନାଥପୁର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରୁ ବିଷ୍ଣୁ ଦାସ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଦାବି କରି ନବନିର୍ମାଣ କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ା ମଙ୍ଗଳବାର ପୂର୍ବାହ୍ଣରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ଆ​େନ୍ଦାଳନ ସ୍ଥଳରେ ପହଞ୍ଚି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଡଃ. ଆଚାର୍ଯ୍ୟ ୬ଦିନ ଧରି ଆମରଣ ଅନଶନରେ ବସିଥିବା ଇଂ ହିମାଂଶୁଭୂଷଣ ମଲ୍ଲିକ, ଆର୍ତ୍ତତ୍ରାଣ ପଣ୍ଡାଙ୍କ ସହ ଆଲୋଚନା କରି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆନ୍ଦୋଳନକାରୀଙ୍କର ପ୍ରଶ୍ନର ଉତ୍ତରରେ ଡ. ଆଚାର୍ଯ୍ୟ କହିଲେ ଯେ, ‘ସମାଜ’ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଯୋଗାଇ ଦିଆଯାଉଛି ା ପ୍ରତିମୂର୍ତ୍ତିର ପରିବର୍ଦ୍ଧିତ ନିମନ୍ତେ ମଧ୍ୟ ‘ସମାଜ’ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ା ରଘୁନାଥପୁର ଠାରେ ୧୯୮୭ ମେ ୧ରେ ସ୍ଥାପନ ହୋଇଥିବା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ତତ୍‍କାଳୀନ ‘ସମାଜ’ ସମ୍ପାଦକ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା। ଏହି ପ୍ରତିମୂର୍ତ୍ତିଟି ଖରାପ ହୋଇଯିବାରୁ ଏହି ସ୍ଥାନରେ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହିତ ଓ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପାଇଁ ‘ସମାଜ’ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏଠାରେ ଉତ୍କଳମଣିଙ୍କ ନିକଟରେ ବସା ଯାଇଥିବା ଜଣେ ରାଜନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସମ୍ପର୍କରେ ସ୍ଥାନୀୟ ଲୋକଙ୍କର ମତାମତ, ଆନ୍ଦୋଳନକାରୀଙ୍କ ମତ ଓ ଦାବିକୁ ଦୈନିକ ‘ସମାଜ’ରେ ପ୍ରକାଶ କରୁଛୁ। ଆନ୍ଦୋଳନକାରୀଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଡ. ଆଚାର୍ଯ୍ୟ କହିଲେ ଯେ ଉତ୍କଳମଣି ଗୋପବନ୍ଧୁଙ୍କ ନିକଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲେ ଶୋଭା ବର୍ଦ୍ଧନ ହୁଅନ୍ତା କିମ୍ବା ତାଙ୍କ ନିକଟରେ ଜଣେ ରାଷ୍ଟ୍ରୀୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଉଚିତ୍‍। ଆନ୍ଦୋଳନକାରୀଙ୍କ ଶେଷ ପ୍ରଶ୍ନର ଉତ୍ତରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କର ସହକର୍ମୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଆବଶ୍ୟକ ବୋଲି ଡ. ଆଚାର୍ଯ୍ୟ କହିଥିଲେ। ଏହି ପ୍ରସ୍ତାବକୁ ମଧ୍ୟ ଆନ୍ଦୋଳନସ୍ଥଳରେ ପହଞ୍ଚିଥିବା ଜଗତ୍‍ସିଂହପୁର ଜିଲା ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ଦେଇଥିଲେ ା ପ୍ରଶାସନ ହସ୍ତକ୍ଷେପ କରି ଆମରଣ ଅନଶନରୁ ଆନ୍ଦୋଳନକାରୀଙ୍କୁ ନିବୃତ୍ତ କରାଇବାକୁ ଡ. ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories