www.samajalive.in
Monday, December 8, 2025
13.1 C
Bhubaneswar

୧୧,୪୫୦ ଶିକ୍ଷକ ପଦ ପୂରଣ ହେବ, ୨୩ରେ ବିଜ୍ଞପ୍ତି

ଭୁବନେଶ୍ବର: ଖୁବ ଶୀଘ୍ର ରାଜ୍ୟ ସରକାର ଏଗାର ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦ ପୂରଣ କରିବେ। ଆସନ୍ତା ୨୩ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। କିଛି ଦିନ ତଳେ ନିଯୁକ୍ତି ଦାବିରେ ତାଲିମପ୍ରାପ୍ତ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ରାଜ୍ୟ ସରକାର ଆଜି ଏନେଇ ବଡ଼ଧରଣର ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧,୪୫୦ ଶିକ୍ଷକ ପଦ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୪୬୧୯ଟି ଶିକ୍ଷକ ପଦ ରହିଛି, ଯେଉଁଥିରେ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ ଏବଂ ୧୨୬୦ ଶାରୀରିକ ଶିକ୍ଷା (ପିଇଟି) ଶିକ୍ଷକ ପଦ ପୂରଣ ହେବା ପାଇଁ ୨୩ ଅଗଷ୍ଟରେ ବିଜ୍ଞପ୍ତି ପ୍ରକାଶିତ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ ଟିଜିଟି ଏବଂ ତେଲୁଗୁ ଶିକ୍ଷକ ପଦ ପୂରଣ କରାଯିବ। ତୃତୀୟ ପର୍ଯ୍ୟାୟରେ ୯୪୦ଟି ନୂତନ ସୃଷ୍ଟି ହୋଇଥିବା ଟିଜିଟି, ଶାସ୍ତ୍ରୀୟ ଏବଂ ହୀନ୍ଦି ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ହିନ୍ଦୀ, ଶାରୀରିକ ଶିକ୍ଷା ଓ ସଂସ୍କୃତ ଶିକ୍ଷକ ପାଇଁ ଶେଷ ଥର ୨୦୧୬ ମସିହାରେ ନିଯୁକ୍ତି କରାଯାଇଥିଲା। ସେହିପରି ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି)ଙ୍କ ପାଇଁ ୨୦୧୯-୨୦ରେ ନିଯୁକ୍ତି ହୋଇଥିଲା। ୨୭୪୦ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ମାତ୍ର ୧୩୦୦ ପଦ ପୂରଣ ହୋଇଥିଲା। ୬ ତାରିଖରେ ବହୁ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଦାବିରେ କାନ ଧରି ଆଣ୍ଠେଇ ଆଣ୍ଠେଇ ପ୍ରତିବାଦ କରିଥିଲେ। ସମସ୍ତ ଯୋଗ୍ୟତା ସତ୍ତ୍ବେ ସେମାନଙ୍କୁ ନିଯୁକ୍ତି ମିଳୁନି ବୋଲି ସେମାନେ ଦର୍ଶାଇବାକୁ ଚାହିଁଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories