www.samajalive.in
Monday, December 8, 2025
13.1 C
Bhubaneswar

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଋଣ/ଜମା ପାଇଁ ମିସ୍‍ଡ କଲ ସୁବିଧା ଶୁଭାରମ୍ଭ

ମୁମ୍ବଇ : ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ତାହାର ପ୍ରତିଷ୍ଠାତା ସାର୍‍ ସୋରାବଜୀ ପୋଚଖାନାୱାଲାଙ୍କର ୧୪୦ତମ ଜୟନ୍ତୀକୁ ମୁମ୍ବଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଐତିହ୍ୟ ସୌଧରେ ଅଗଷ୍ଟ ୯ ତାରିଖ ଦିନ ପାଳନ କରିଛି। ଏହି ପବିତ୍ର ଦିବସ କାର୍ଯ୍ୟକ୍ରମରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଏମ ଭି ରାଓ, ନିର୍ବାହୀ ନିର୍ଦ୍ଦେଶକଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥି, ପ୍ରତିଷ୍ଠାତାଙ୍କ ପରିବାର ସଦସ୍ୟ, ବ୍ୟାଙ୍କର କର୍ମଚାରୀ ଏବଂ ଗ୍ରାହକବୃନ୍ଦ ଉପସ୍ଥିତ ଥିଲେ।
ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ୯୨୨୩୯୦୧୧୧୧ କୁ ଡାଏଲ କରି ଋଣ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବାର ସମସ୍ୟାମୁକ୍ତ ବ୍ୟବସ୍ଥା ଶୁଭାରମ୍ଭ କରାଯିବା ସହିତ ଏହାର ବହୁମୂଲ୍ୟ ଗ୍ରାହକଙ୍କ ପାଇଁ ପୂର୍ଣ୍ଣ ରୂପାନ୍ତରିତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ଏଫସିଏନଆର ଉତ୍ପାଦ, ଏଆଇ ଆଧାରିତ ପ୍ରାକ୍‍ ଅନୁମୋଦିତ ଋଣ ଅଫର, ଏସଏମଇ ଗୋଲ୍ଡ / ଡିମାଣ୍ଡ ଲୋନ କୋ-ଲେଣ୍ଡିଂ, ବାସଗୃହ ଋଣ କୋ-ଲେଣ୍ଡିଂ ଆଦି ଅନ୍ୟ ଆକର୍ଷଣୀୟ ସୁବିଧାଗୁଡିକ ବ୍ୟାଙ୍କର ଅଫିସିଆଲ ୟୁଟ୍ୟୁବ, ଲିଙ୍କ୍‍ଡଆଇଏନ ଏବଂ ଇନଷ୍ଟାଗ୍ରାମ ପେଜ୍‍ ରେ ଆରମ୍ଭ କରିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories