www.samajalive.in
Wednesday, November 12, 2025
19.1 C
Bhubaneswar

ପ୍ରତି ଜିଲାରୁ ହେବ ‘ଜିନମ ସିକ୍ୟୁଏନ୍ସି’; ମାସ୍କ ଓ ସାମାଜିକ ଦୂରତା ଦ୍ବାରା ହିଁ କରୋନାକୁ ନିୟନ୍ତ୍ରଣ କରିହେବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଓ ସଂକ୍ରମଣ ନେଇ ଏନସିଡିସି ନିର୍ଦେଶକ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ସମୟ ପାଇଁ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ। ଆମକୁ ନୂତନ ମ୍ୟୁଣ୍ଟାଣ୍ଟ କେଉଁଠି ଏବଂ କେମିତି ଆସୁଛି ଖୋଜିବାକୁ ପଡ଼ିବ। ଆମେ ଏବେ ବହିରାଗତ ଓ ଦେଶମଧ୍ୟସ୍ଥ ମ୍ୟୁଣ୍ଟାଣ୍ଟ ଉପରେ ନଜର ରଖୁଛୁ। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକକ ନୂତନ ନୀତି ଗ୍ରହଣ କରୁଛି। ପ୍ରତ୍ୟେକ ରାଜ୍ୟର ପ୍ରତିଟି ଜିଲାରୁ ଜିନମ ସିକ୍ୟୁଏନ୍‌ସିଂ କରାଯିବ। ଜିଲାସ୍ତରୀୟ ପ୍ରତିନିଧିମାନେ ଜିନମ ସିକ୍ୟୁଏନ୍‌ସିଂ କରି ତଥ୍ୟ ଦେବେ। ଏହାଦ୍ବାରା ଯଦି କୌଣସି ସ୍ଥାନରେ ନୂଆ ମ୍ୟୁଣ୍ଟାଣ୍ଟ ସୃଷ୍ଟି ହେଉଥିବ ଜଣାପଡ଼ିବ। ମୁଖ୍ୟତଃ ଆଲ୍‌ଫା, ବିଟା, ଗାମା, ଡେଲ୍‌ଟା, ଡେଲଟା ପ୍ଲସର ସର୍ଭେ କରୁଛୁ। ଆଉ ୨ଟି ଭାରିଆଣ୍ଟ କପ୍ପା ଏବଂ ବି୧୬୧୭.୩ର ଅନୁଧ୍ୟାନ କରୁଛୁ।

ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୧୧ଟି ରାଜ୍ୟର ୪୪ଟି ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ରହିଛି। ମେ’ ମାସ ୧୦ ତାରିଖଠାରୁ ସଂକ୍ରମଣ ହାର ୨୧.୩୯କୁ ଖସୁଛି। ଗତ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ୨ ପ୍ରତିଶତରୁ କମ ରହିଛି। ଦେଶରେ ହାରାହାରି ଦୈନିକ ୪୯.୧୧ ଲକ୍ଷ ପାନ ଟିକାକରଣ କରାଯାଉଛି। ଆମର ମୁଖ୍ୟ ଅସ୍ତ୍ର ହେଉଛି ଟିକାକରଣ ଓ ସାମାଜିକ କଟକଣା। ମାସ୍କ ଓ ସାମାଜିକ ଦୂରତା ଦ୍ବାରା ହିଁ କରୋନାକୁ ନିୟନ୍ତ୍ରଣ କରିହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories