www.samajalive.in
Friday, December 12, 2025
16.1 C
Bhubaneswar

ଉଦୟପୁରରେ ବିଜୁ ଛାତ୍ର ଜନତା ଦଳର ବ୍ଲକସ୍ତରୀୟ ବୈଠକ

ପାଟଣା : ବିଜୁ ଛାତ୍ର ଜନତା ଦଳ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ କମିଟି ବୈଠକ ଆଜି ସ୍ଥାନୀୟ ଉଦୟପୁର ବିରଜା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି। ପାଟଣା ବିଧାୟକ ଜଗନାଥ ନାଏକ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ତଥା କେନ୍ଦୁଝର ଛାତ୍ର ବିଜେଡି ପର୍ୟ୍ୟବେକ୍ଷକ ଅଭିଷେକ ବେହେରା, ଜିଲ୍ଲା ବିଜୁ ଛାତ୍ର ଜନତା ସଭାପତି ଅବିନାଶ ପଟ୍ଟନାୟକ ଓ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ରାଉତ ଯୋଗ ଦେଇ କାର୍ୟ୍ୟକ୍ରମରେ ଉପସ୍ଥିତ ୨୦ଟି ପଞ୍ଚାୟତର ବିଜୁ ଛାତ୍ର ଜନତା କର୍ମକର୍ତ୍ତାଙ୍କୁ ସଙ୍ଗଠନ ପାଇଁ ମନପ୍ରାଣ ଦେଇ କାମ କରିବାକୁ ଆହ୍ଵାନ ଜଣାଇଥିଲେ। ଚାରାରୋପଣ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ବିପ୍ଳବ ପୃଷ୍ଟି ଏବଂ ସାହାରପଡା ବ୍ଲକ ସଭାପତି ପ୍ରଣବ କୁମାର ପହିଙ୍କ ନେତୃତ୍ୱରେ ଅନେକ ସଦସ୍ୟ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ବିଜୁ କୃଷକ ଜନତା ଦଳ ଜିଲା ସଭାପତି ଦୀପକ କୁମାର ରାଜ, ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ବ୍ଲକ ଉପାଧ୍ୟକ୍ଷା କିରଣବାଲା ସିଂହ ଓ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସୁଭଦ୍ରା ମହାନ୍ତ, ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ଦିପୁ ଖଟୁଆ, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟନାରାୟଣ ପଣ୍ଡା ଓ ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା, ଅଂଶୁମାନ ଚକ୍ରବର୍ତ୍ତୀ, ଅନ୍ତ୍ରଜ୍ୟାମି ପ୍ରଧାନ ପ୍ରମୁଖ ଦଳୀୟନେତା ଏହି କାର୍ୟ୍ୟକ୍ରମରେ ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories