www.samajalive.in
Sunday, December 14, 2025
16.1 C
Bhubaneswar

ଝରକା ଭାଙ୍ଗି ଲୁଟିନେଲେ ୮ ଭରି ସୁନାଗହଣା ସହ ନଗଦ ଟଙ୍କା

ବୁର୍ଲା:  ବୁର୍ଲା ସହରର ଗୋଲଗୁଣ୍ଡା ଅଞ୍ଚଳରେ ଏକ ଘରୁ ଡ଼କାୟତ ଦଳ ସଶସ୍ତ୍ର ଡକାୟତି କରିଥିବା ଅଭିଯୋଗ ହୋଇଛି । ବୁର୍ଲା ସହର ଗୋଲଗୁଣ୍ଡାରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ଘରେ ୬ ରୁ ୭ ଜଣ ଦୁର୍ବୁତ୍ତ ପଶିବା ସହିତ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ତାଙ୍କ ସ୍ତ୍ରୀଙ୍କ ହାତ ବାନ୍ଧି ଦେଇ ଘରେ ରହିଥିବା ପ୍ରାୟ ୮ ଭରି ସୁନାଗହଣା ସମେତ ନଗଦ ୬ହଜାରରୁ ଉଦ୍ଧ୍ୱର୍ ଟଙ୍କା ଚୋରୀ କରି ଫେରାର ହୋଇଥିବା ଖବର ବୁର୍ଲା ସହରେ ଏକ ଅସୁରକ୍ଷିତ ବାତାବରଣ ସୃଷ୍ଟି କରିଛି । ଖବର ପାଇ ଘଟଣା ସ୍ଥଳରେ ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ, ବୁର୍ଲା ଥାନାଧିକାରୀ କମଲ କୁମାର ପଣ୍ଡାଙ୍କ ସମେତ ପୁଲିସ ଦଳ ଏବଂ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ କରିଛନ୍ତି ।
ସୂଚନା ମତେ ପୂର୍ଣ୍ଣଚନ୍ଦ୍ର ହୋତା (୬୧) ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀ । ବୁର୍ଲା ଗୋଲଗୁଣ୍ଡା ଗ୍ରାମ ଠାରେ ନିଜସ୍ୱ ଘରେ ପରିବାର ସହିତ ରହୁଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ଦୁଇ ପୁଅ ଜିଲ୍ଲା ବାହାରେ ଚାକିରୀ କରୁଥିବା ବେଳେ ତାଙ୍କ ସ୍ତ୍ରୀ ସୁବାସିନୀ ହୋତା(୫୮) ରହିଛନ୍ତି । ତେବେ ଦୁଇପୁଅ ବାହାରେ ଚାକିରି କରୁଥିବା ବେଳେ କେବଳ ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ । ଭୋର ପ୍ରାୟ ୩ ରୁ ୪ ଟା ମଧ୍ୟରେ ୬ ରୁ ୭ ଜଣ ଦୁବୁର୍ତ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ଘର ପଛପଟେ ରହିଥିବା ବାଡ ଭାଙ୍ଗି ଝରକାର ଗ୍ରିଲ ଖୋଲି ଘର ଭିତରେ ପ୍ରବେଶ କରିବା ସହିତ ପୂର୍ଣ୍ଣଚନ୍ଦ୍ର ତାଙ୍କ ସ୍ତ୍ରୀ ଶୟନ କୋଠରିକୁ ପ୍ରବେଶ କରି ଉଭୟଙ୍କ ମୁହଁ ତକିଆ ଦେଇ ବନ୍ଦ କରି ଦେଇଥିଲେ । ଏହାପରେ କପଡାରେ ଉଭୟଙ୍କ ହାତ ଗୋଡ ବାନ୍ଧି ଦେଇ ଘରେ ରହିଥିବା ଆଲମୀରାର ଖୋଲି ସେଥିରେ ରହିଥିବା କିଛି ସୁନା ଗହଣା ଏବଂ ନଗଦ ୬ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଶ୍ରୀ ହୋତଙ୍କ ସ୍ତ୍ରୀ ପିନ୍ଧିଥିବା ସମସ୍ତ ସୁନାଗହଣା ଓ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଦୁଇଟି ମୋବାଇଲ ଫୋନ ମଧ୍ୟ ନେଇ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ତେବେ ଆସିଥିବା ଦୁର୍ବୁତ୍ତ ମାନେ ବଙ୍ଗାଳି ଭାଷ।  ଏବଂ ଓଡିଆ ଭାଷାରେ କଥାବାର୍ତ୍ତା କରୁଥିବା ପୂର୍ଣ୍ଣଚନ୍ଦ୍ର ସୂଚନା ଦେଇଛନ୍ତି । ଏହାପରେ ପୁଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା । ଖବର ପାଇ ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲା । ତେବେ ପୁଲିସ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୁତ୍ତ ମାନେ ଧରାପଡିବେ ବୋଲି ବୁର୍ଲା ପୁଲିସ ପକ୍ଷରୁ ସୂଚନା ମିଲିଛି । ତେବେ ପୁଲିସ ଇତିମଧ୍ୟରେ ଏକାଧିକ ଡକାୟତ ଦଳକୁ ଗିରଫ କରାଯାଇ ଥିବା ବେଳେ ପୁଣି ଏଭଳି ଭାବରେ ଡ଼କାୟତଙ୍କ ଡ଼କାୟତି ଘଟଣାକୁ ନେଇ ନାନା ଚର୍ଚ୍ଚା ଯୋର ଧରିଛି । ତେବେ ଅନ୍ୟ ଏକ ବିଷୟ , ବୁର୍ଲା ସହର ମଧ୍ୟରେ ଅନେକ ନିର୍ମାଣ କାମ ହେଉଥିବା ଅନେକ କ୍ଷେତ୍ରରେ ଅନୁପ୍ରବେଶ କାରୀ ମଧ୍ୟ ଏହି ନିର୍ମାଣ କାମରେ ରହିଥିବା ବେଳେ ଶ୍ରମ ବିଭାଗ ତରଫରୁ ଏହି ଶ୍ରମିକ ମାନଙ୍କ ନା ତଥ୍ୟ ରହୁଛି ଏବଂ ନା କୌଣସି ପରିଚୟ ପତ୍ର ଯାଞ୍ଚ କରାଯାଉଛି । ତେବେ ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ । ଏହାପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାର ଆବଶ୍ୟକତା ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories