www.samajalive.in
Monday, December 8, 2025
24.1 C
Bhubaneswar

ଅଙ୍କୁରାରେ କୁକୁଡ଼ା ଫାର୍ମ କରାଇ ନ ଦେବାକୁ ଗ୍ରାମବାସୀ ବିରୋଧ

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମରେ ସାଧାରଣ ଜନ ଜୀବନ ପ୍ରଭାବିତ ନହେବା ପାଇଁ ଏଠାରେ କୁକୁଡ଼ା ଫାର୍ମ ସ୍ଥାପନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଅଙ୍କୁରା ଗ୍ରାମର ଝପାସାହିରେ । ଗ୍ରାମର ହୃଷୀ ସେଠୀ ନାମକ ଜଣେ ବ୍ୟକ୍ତି ଝପାସାହିରେ ଏକ ବଡ଼ ଧରଣର କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଥିଲେ । ତେବେ କୁକୁଡ଼ା ଫାର୍ମ ଯୋଜନା ଜାଗା ରେ ସରକାରୀ ଯୋଜନାରେ କାଜୁ ଗଛ ରୋପଣ ହୋଇ ଥିଲେ ମଧ୍ୟ ସେଠାରେ କୁକୁଡ଼ା ଫାର୍ମ ପାଇଁ ନିଅଁ ଖୋଳା ଯାଇଥିଲା ।
ଏହି ଯୋଜନା ଗ୍ରାମବାସୀ ଜାଣିପାରି କୁକୁଡ଼ା ଫାର୍ମ କରାଇ ନ ଦେବାକୁ ବିରୋଧ କରି ଟାଙ୍ଗରପଡା ସରପଞ୍ଚ ରଞ୍ଜୁଲତା ନାଏକ ଙ୍କୁ ଗ୍ରାମରେ କୁକୁଡ଼ା ଫାର୍ମ ହେଲେ ବିଭିନ୍ନ ସମସ୍ୟା ବିଷୟ ରେ ଅବଗତ କରିଥିଲେ । ଏନେଇ ଗ୍ରାମବାସୀ ସରପଞ୍ଚ ଙ୍କୁ ଆଲୋଚନା ନିମନ୍ତେ ଡାକି ଥିଲେ । ଆଲୋଚନା କୁ ସରପଞ୍ଚ ରଞ୍ଜୁଲତା ନାଏକ ନିଜେ ନଆସି ତାଙ୍କ ପ୍ରତି ବଦଳ ରେ ତାଙ୍କ ସ୍ବାମୀ ଜିତେନ୍ଦ୍ର ନାଏକ ଙ୍କୁ ଆଲୋଚନା କୁ ପଠାଇ ଥିଲେ । ତାହା ସାଙ୍ଗ କୁ କୁକୁଡ଼ା ଫାର୍ମ ତିଆରି ଯୋଜନା କରିଥିବା ହୃଷୀ ସେଠୀ ମଧ୍ୟ ବୈଠକ ରେ ପହଞ୍ଚି ଥିଲେ । ଝପାସହି ଗ୍ରାମବାସୀ ସରପଞ୍ଚ ଙ୍କ ଉପସ୍ଥିତ ଲୋଡି ଥିବା ବେଳେ ସରପଞ୍ଚ ଙ୍କ ସ୍ୱାମୀ ଗ୍ରାମବାସୀ ଙ୍କୁ ମୁଁ ସରପଞ୍ଚ କଣ ଅଭିଯୋଗ ଅଛି କୁହ କହିଥିଲେ । ଗ୍ରାମବାସୀ ଆଲୋଚନା ରେ କୁକୁଡ଼ା ଫାର୍ମ ବିଷୟରେ କଥା ଉଠାଇ ଥିଲେ । ଏଥିରେ ସରପଞ୍ଚ ଙ୍କ ସ୍ୱାମୀ କୁକୁଡ଼ା ଫାର୍ମ ପାଇଁ ଝପାସାହିର ଲୋକମାନେ ସ୍ୱୀକୃତି ଦେଇଥିବା କହିବାରୁ ପଞ୍ଚାୟତ ଫାର୍ମ କରିବାକୁ ହୃଷୀ ସେଠୀ ଙ୍କୁ ଅନୁମତି ହୋଇ ଥିବା କହିବାରୁ ଗ୍ରାମବାସୀ ଏହା ଶୁଣି ଉତକ୍ଷିପ୍ତ ହୋଇ ଗୋଟିଏ କଥା ଧରି ବସି ଥିଲେ ଯେ କାହା କାହା ସ୍ବୀକୃତି ରେ ଆପଣ ହୃଷୀ ସେଠୀ ଙ୍କୁ କୁକୁଡ଼ା ଫାର୍ମ ପାଇଁ ଅନୁମତି ପ୍ରଦାନ କରିଛନ୍ତି ତାହାର ପ୍ରମାଣ ସହ ଉତ୍ତର ରଖନ୍ତୁ। ଗ୍ରାମର ବହୁ ବିଶିଷ୍ଟ ଲୋକଙ୍କ ସହ ନାରୀ ନେତ୍ରୀ ଦାସମତି ଚାତାର , ତାଙ୍କ ସ୍ଵାମୀ ବିକ୍ରମ ମୁଣ୍ଡା, ଜୟରାମ ମୁଣ୍ଡା ପ୍ରମୁଖ ଙ୍କ ଉପସ୍ଥିତି ରେ କୁକୁଡ଼ା ଫାର୍ମ ନକରିବା କୁ ହୃଷି ସେଠୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନଦେବା ରୁ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗାଆଁ ନିକଟରେ ବଡ଼ ଧରଣ ର କୁକୁଡ଼ା ଫାର୍ମ ସ୍ଥାପନ କରାଗଲେ ଲୋକ ମାନଙ୍କୁ ଏକ ପ୍ରଦୂଷିତ ପରିବେଶ ରେ ରହିବା କୁ ପଡିବା ର ଆଶଙ୍କା ଥିବାରୁ ସାହି ବାସୀ କୁକୁଡ଼ା ଫାର୍ମ କୁ ତୀବ୍ର ବିରୋଧ କରୁଥିବା ଦେଖାଯାଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories