www.samajalive.in
Sunday, December 14, 2025
16.1 C
Bhubaneswar

ରାଷ୍ଟ୍ରପତିଙ୍କ ପାଇଁ ପାରମ୍ପରିକ ଓଡିଆ ଖାଦ୍ୟ ; ଖେଚୁଡି – ଡାଲମା ଓ ପୋଡ ପିଠା

କଟକ : ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ହୋଇଛି । ତେବେ ଆତିଥ୍ୟ ପ୍ରଦାନରେ କାର୍ପଣ୍ୟ ଦେଖାଉ ନ ଥିବା ଓଡ଼ିଶା ପକ୍ଷରୁ ରାଷ୍ଟ୍ରପତିଙ୍କ ପାଇଁ ବିଶେଷ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଏହି ଦୁଇ ଦିନିଆ ଗସ୍ତ କାଳରେ ରାଷ୍ଟ୍ରପତିଙ୍କ ପାଇଁ  ପାରମ୍ପରିକ ଓଡ଼ିଆ ଖାଦ୍ୟ ଖେଚୁଡି ଓ ଡାଲମାର ବ୍ୟବସ୍ଥା କରାଯାଇଛି।

ଶନିବାର ପୁରୀର ସର୍କିଟ ହାଉସରେ ରାଷ୍ଟ୍ରପତି ରାତ୍ରି ଯାପନ କରିବେ । ରାଷ୍ଟ୍ରପତିଙ୍କ ରାତ୍ରୀଭୋଜନରେ ରହିଛି ୪୦ ପ୍ରକାରର ସ୍ୱତନ୍ତ୍ର ଓଡିଆ ଖାଦ୍ୟ । ସେଥିରୁ ପ୍ରମୁଖ ହେଉଛି ଓଡିଶାର ସ୍ୱତନ୍ତ୍ର ଖେଚୁଡି ଓ ଡାଲମା । ସ୍ବତନ୍ତ୍ର ରୋଷେୟା ଏହି ଖେଚୁଡି ଓ ଡାଲମା ପ୍ରସ୍ତୁତ କରୁଛନ୍ତି । ଏହା ସହିତ ରାଷ୍ଟ୍ରପତିଙ୍କୁ ମଧ୍ୟ ପୋଡ ପିଠା ଖାଇବାକୁ ଦିଆଯିବ । ଏହା ବ୍ୟତୀତ ସ୍ୱତନ୍ତ୍ର ରସଗୋଲା, କାକରା ଓ କ୍ଷୀର ସାଗର ଭଳି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯିବ । ଏସବୁ ଖାଦ୍ୟକୁ ପୁରୀର ମେ ଫେୟାର ହୋଟେଲ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ଏହାସହ ମହାପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ରବିବାର ସକାଳ ସମୟରେ, ଜଳଖିଆରେ ମଧ୍ୟ ପାରମ୍ପରିକ ଓଡିଆ ଖାଦ୍ୟର ବ୍ୟବସ୍ଥା କରାଯାଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories