www.samajalive.in
Tuesday, December 9, 2025
16.1 C
Bhubaneswar

କ୍ଷୁଦ୍ର ବ୍ୟବସାୟୀ ଓ କାରିଗରଙ୍କୁ ସମର୍ଥନ ଯୋଗାଇବେ ଆଇଆଇଏମ୍ ସମ୍ବଲପୁର ଓ ଫ୍ଲିପକାର୍ଟ

ସମ୍ବଲପୁର: ଭାରତର ଘରୋଇ ଇ-କମର୍ସ ମାର୍କେଟପ୍ଲେସ ଫ୍ଲିପକାର୍ଟ ଏବଂ ଦେଶର ନୂତନ ପିଢିର ଆଇଆଇଏମଗୁଡିକ ମଧ୍ୟରେ ଅନ୍ୟତମ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ସମ୍ବଲପୁର ମିଳିତ ଭାବରେ କ୍ଷୁଦ୍ର ବ୍ୟବସାୟୀ, କାରିଗର ଓ ବୁଣାକାରଙ୍କୁ ସମର୍ଥନ ଯୋଗାଇଦେବେ। ପ୍ରଯୁକ୍ତି, ଇ-କମର୍ସ ପ୍ଲାଟଫର୍ମ ଓ ବଜାର ଦୃଷ୍ଟିକୋଣର ଉପଯୋଗ କରି ସେମାନେ ସହାୟତା ଯୋଗାଇଦେବେ ଏବଂ ସେଥିପାଇଁ ସେମାନଙ୍କ ମଧ୍ୟରେ ଏକ ସହଭାଗିତା ହୋଇଛି। ଏହି ସହଭାଗିତାକୁ ଦୃଢ କରିବା ପାଇଁ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର କରାଯିବ। ଜାତୀୟ ହସ୍ତତନ୍ତ ଦିବସରେ ଘୋଷଣା କରାଯାଇଥିବା ଏହି ସହଭାଗିତା ମାଧ୍ୟମରେ ଆଇଆଇଏମ୍ ସମ୍ବଲପୁର ଓ ଫ୍ଲିପକାର୍ଟ ଉପେକ୍ଷିତ ସମୁଦାୟଗୁଡିକୁ ଦକ୍ଷତା ନିର୍ମାଣକରିବା ଓ ବଜାର ପହଂଚ ବୃଦ୍ଧିକରିବାରେ ସାହାଯ୍ୟ କରି ସେମାନଙ୍କୁ ସମର୍ଥନ କରିବା ଲାଗି ଏକ ପରିଚାଳନାଗତ ଢାଂଚା ନିର୍ମାଣକରିବା ପାଇଁ ନିଜର ଗଭୀର ବିଶେଷଜ୍ଞତା ଓ ଜ୍ଞାନର ଉପଯୋଗ କରିବେ।
ଏ ସମ୍ପର୍କରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ, ପ୍ରଫେସର ମହାଦେଓ ପ୍ରସାଦ ଜୈସୱାଲ କହିଛନ୍ତି ଯେ, ଫ୍ଲିପକାର୍ଟ ଓ ଇ-କମର୍ସଶିଳ୍ପ ସହିତ ଆମର ସହଭାଗିତା କ୍ଷୁଦ୍ର ବ୍ୟବସାୟ ଓ କାରିଗରମାନଙ୍କ ପାଇଁ ପ୍ରଯୁକ୍ତିର ଉପଯୋଗ କରିବା ଓ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ସୁଯୋଗ ସୃଷ୍ଟିକରି ଉଦ୍ୟୋଗିତାର ଇଚ୍ଛାଶକ୍ତିକୁ ମଜଭୁତ କରିବାରେ ସାହାଯ୍ୟ କରିବ। ଆନୁଷ୍ଠାନିକ ଶିକ୍ଷା ଓ ବ୍ୟବହାରିକ ଶିଳ୍ପ ଅଭିଜ୍ଞତାକୁ ଏକତ୍ରିତ କରି ଆମେ ଉଦ୍ୟୋଗୀମାନଙ୍କୁ ସର୍ବୋତମ ଅଭ୍ୟାସ ଏବଂ ସେମାନଙ୍କ ବିକାଶ ପାଇଁ କିପରି ଇ-କମର୍ସର ଉପଯୋଗ କରାଯିବ ତାହା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories