ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡିଆପେଣ୍ଠ ପଞ୍ଚାୟତର ପରଡିଗୁଡା ନିକଟରେ ଏକ ଅଟୋକୁ ରେଳ ଗାଡ଼ି ଧକ୍କାଦେବା ଯୋଗୁଁ ଅଟୋଟି ଚୁରମାର ହୋଇ ଯାଇଛି।
ଟ୍ରେନଟି ଜଗଦଲପୁରରୁ ରାଉରକେଲା ଯାଉଥିବା ସମୟରେ ଏକ ଅଟୋ ରେଳ ଧାରଣା ଉପରେ ଖରାପ ହୋଇ ଯାଇଥିଲା।
ଫଳରେ ଅଟୋ ଚାଳକ ପୁରୁଷୋତ୍ତମ କାଶି ଭୟରେ ରେଳ ଧାରଣା ଉପରେ ଛାଡ଼ି ଦେଇ ଦୂରକୁ ପଳାଇ ଯାଇଥିଲା। ଏହି ସମୟରେ ଅଟୋରେ କେହି ଯାତ୍ରୀ ନଥିଲେ ବୋଲି ଖବର ମିଳିଛି । ତେବେ ଅଟୋଟିକୁ ଟ୍ରେନ ଅନେକ ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଖବର ପାଇ ଲକ୍ଷ୍ମୀପୁର ରେଳବାଇ ଥାନା ଅଧିକାରୀ ଡିକେ ସେନାପତି ଖଟଣା ସ୍ଥଳକୁ ଯାଇଛନ୍ତି। ତେବେ ରାତି ଯୋଗୁଁ ସବିଶେଷ ଖବର ହସ୍ତଗତ ହୋଇ ପାରି ନାହିଁ।
ରେଳଧକ୍କାରେ ଅଟୋ ଚୁରମାର
Popular Categories



