www.samajalive.in
Sunday, December 7, 2025
26.1 C
Bhubaneswar

ପାଇଖାନାରେ ଫସିଲା ଗୋଧି, ୩ ଘଣ୍ଟା ପରେ ପ୍ୟାନ୍‌ ଭାଙ୍ଗି କରାଗଲା ଉଦ୍ଧାର

ଭୁବନେଶ୍ବର: ବାଣୀବିହାର ପରିସରରେ ଆଇନ ବିଭାଗର ପ୍ରଫେସର ବିନୟ ଦାସଙ୍କ ଆଉଟ ହାଉସରେ ଥିବା ପାଇଖାନା ପ୍ୟାନରେ ଏକ ଗୋଧି ମୁଣ୍ଡ କାଢି ରହିଥାଏ। ବିନୟ ବାବୁଙ୍କ ଘରେ ଭାବିଲେ ହୁଏତ ଗୋଧିଟି ଆପେ ଆପେ ବାହାରକୁ ଚାଲି ଆସିବ ନଚେତ ଭିତର ପଟେ ଡ୍ରେନକୁ ପଳାଇଯିବ। କିନ୍ତୁ ଦୀର୍ଘ ସମୟ ଧରି ଗୋଧି ସେହି ଅଵସ୍ଥାରେ ରହିଥିଲା । ବିନୟ ବାବୁଙ୍କ ଘରେ ଜଣେ ସାହସୀ ଯୁବକ ଗୋଧିର ଦୁଇ ଗୋଡ଼କୁ ପ୍ଲାଷ୍ଟିକ ରସିରେ ବାନ୍ଧି ଦେଲେ, ଭାବିଥିଲେ ସିଏ ଆଉ ଭିତରକୁ ନ ଯାଇ ବାହାରକୁ ଚାଲି ଆସିବ । କିନ୍ତୁ ତଥାପି ଗୋଧିର ଅବସ୍ଥାରେ କିଛି ପରିବର୍ତ୍ତନ ଆସିଲା ନାହିଁ । ତା’ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଗଲା । ପ୍ରଥମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୂତାର ଘଟଣା ସ୍ଥଳରେ ପହଞ୍ଚି ବହୁତ ଚେଷ୍ଟା କରିବା ପରେ ମଧ୍ୟ ଗୋଧିଟିକୁ ବାହାର କରି ପାରିଲେ ନାହିଁ । ଶେଷରେ ପାଇଖାନାରେ ହାତ ଭର୍ତ୍ତି କରି ଗୋଧିଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଲେ । ଏହା ପରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରାଜେଶଙ୍କୁ ସହଯୋଗ କରିବା ପାଇଁ ପହଞ୍ଚିଲେ ।

ବହୁ ବିଚାର ବିମର୍ଶ ପରେ ଶୁଭେନ୍ଦୁ ଗୃହ କର୍ତ୍ତା ବିନୟ ବାବୁଙ୍କୁ ପାଇଖାନା ପ୍ୟାନଟିକୁ ଭାଙ୍ଗିବା ପାଇଁ ଅନୁମତି ମାଗିଥିଲେ । ଏକ ଗୋଧିର ଜୀବନ ବଞ୍ଚାଇବା ପାଇଁ ବିନୟ ବାବୁ ମଧ୍ୟ ସଙ୍ଗେ ସଙ୍ଗେ ହଁ ଭରିଥିଲେ । ଦୁଇଟି ଶାବଳ ସହାୟତାରେ ପାଇଖାନା ପ୍ୟାନକୁ ଯତ୍ନର ସହିତ ଭାଙ୍ଗିବା ପରେ ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ପରିଶ୍ରମ କରିବା ପରେ ଗୋଧିଟିକୁ ଧୀରେ ଧୀରେ ରାଜେଶ ବାହାରକୁ ଆଣିଥିଲେ । ଗୋଧିଟିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories