www.samajalive.in
Monday, December 8, 2025
24.1 C
Bhubaneswar

ଅଣ୍ଡା,ନନ୍ଦା ଭାଙ୍ଗି ଗ୍ରାମବାସୀ ଓ ଜନପ୍ରତିନିଧିଙ୍କ ବଜ୍ର ଶପଥ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା କ୍ରସର ହଟାଅ ଆନ୍ଦୋଳନ ଜାରି ରହିଛି । ଫଳରେ ଏହି ଅଞ୍ଚଳରେ କ୍ରସର ଏବଂ ପଥର ଉତ୍ତୋଳନ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି ।ଶନିବାର କ୍ରସର ହଟାଅ ଆନ୍ଦୋଳନକୁ ମଜବୁତ୍‍ କରିବା ଉଦେଶ୍ୟରେ ଖରଭୁଇଁ ଗାଁ ଲୋକ ଏବଂ ୯ନଂ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ଛତ୍ରଙ୍ଗ ସରପଞ୍ଚ ଶୁଶିଲ ପ୍ରଧାନ ଭଳି ଦୁଇ ଜନପ୍ରତିନିଧିଙ୍କ ମିଳିତି ଉପସ୍ଥିତିରେ ପାରମ୍ପରିକ ରୀତିନୀତି ବିଶ୍ୱାସରେ ଅଣ୍ଡା ଏବଂ ନନ୍ଦା ଭାଙ୍ଗି କୌଣସି ପରିସ୍ଥିତିରେ କ୍ରସର ଏବଂ ପଥର କୁଆଁରୀ ଉପରେ ସାଲିସ କରାଯିବ ନାହିଁ ବୋଲି ବଜ୍ର ଶପଥ ନେଇଛନ୍ତି।ଜଙ୍ଗଲ ଜମି ପରିବେଶ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ କୌଣସି ପରିସ୍ଥିତିରେ ସାଲିସ ନ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି।।ସୂଚନା ଥାଉ କି ଖରଭୁଇଁ ଏବଂ ବାଈଶିପଡ଼ା ଅଞ୍ଚଳରେ ପଥର କୁଆଁରୀ ଏବଂ କ୍ରସର ଯୋଗୁଁ ସାଧାରଣ ଜନ ଜୀବନ ପ୍ରଭାବିତ ହେଉଥିବା ଗାଁ ଲୋକେ ଅଭିଯୋଗ କରୁଛନ୍ତି । ବେନିୟମଭାବେ ବିସ୍ଫୋରଣ କରାଯାଇ ପଥର ଉତ୍ତୋଳନ କରାଯାଉଥିବା ବେଳେ ଆବଶ୍ୟକ ଠାରୁ ଅଧିକ କ୍ରସର ଶିଳ୍ପ ଯୋଗୁଁ ପ୍ରାକୃତିକ ପରିବେଶ ନଷ୍ଟ ହେବାକୁ ବସିଛି। ପଥର ଧୂଳିକଣାରେ ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଅଧିବାସୀ କିଡନୀ, ଶ୍ୱାସ, ଚର୍ମ ଭଳି ମାରାତ୍ମକ ରୋଗରେ ପିଡୀତ ହେଉଛନ୍ତି । ଏହା ସହିତ ବିକଳାଙ୍ଗ ଶିଶୁ ଜନ୍ମ ହେଉଥିବା ମଧ୍ୟ ଅଭିଯୋଗ ଉଠୁଛି । ଏ ସର୍ମ୍ପକରେ ଜିଲ୍ଲାପ୍ରଶାସନ, ଜନପ୍ରତିନିଧି ଏବଂ ଗାଁ ଲୋକଙ୍କ ମଧ୍ୟରେ ତିନି ତିନିଥର ତ୍ରୀସ୍ତରୀୟ ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରିପାରିନାହିଁ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ଆଗକୁ ଏହି ଅଞ୍ଚଳରେ କ୍ରସର ହଟିବା ଏକପ୍ରକାର ନିଶ୍ଚିତ ହୋଇଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories