www.samajalive.in
Saturday, December 6, 2025
26.1 C
Bhubaneswar

ରେଷ୍ଟୁରାଣ୍ଟ୍‍ର ଖାଦ୍ୟ ଖାଇ ସଢିଗଲା ହାତ

ଆମକୁ କୌଣସି ଖୁସିର ଉତ୍ସବ ପାଳିବାକୁ ହେଲେ କିମ୍ବା ଘରେ ରୋଷେଇ କରିବାକୁ ଆଗ୍ରହ ନଥିଲେ ଆମେ ରେଷ୍ଟୁରାଣ୍ଟ୍‍ ଯାଇ ଖାଦ୍ୟ ଖାଇଥାଉ। ହେଲେ ବାହାର ଖାଦ୍ୟ ଖାଇବା ଜଣେ ବ୍ୟକ୍ତିଙ୍କୁ ଏତେ ଭାରି ପଡ଼ିଲା ଯେ ଶେଷରେ ତାଙ୍କୁ ନିଜ ହାତ ହରାଇବାକୁ ପଡ଼ିଲା। ଦକ୍ଷିଣ କୋରିଆର ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ୍‍ରେ ସୁଶୀ(ମାଛ ଓ ଭାତରେ ତିଆରି ଏକ ବ୍ୟଞ୍ଜନ) ଖାଇଥିଲେ। ଘରକୁ ଫେରିବାର ୧୨ ଘଣ୍ଟା ମଧ୍ୟରେ ତାଙ୍କୁ ଅନୁଭବ ହେବାକୁ ଲାଗିଲା ଯେ ତାଙ୍କ ହାତର ଚମଡ଼ା ସଢିବାକୁ ଲାଗୁଛି। ଧୀରେ ଧୀରେ ସମ୍ପୂର୍ଣ୍ଣ ହାତ ପାପୁଲିରେ ବଡ଼ ବଡ଼ ଫୋଟକା ଭଳି ହୋଇଯାଇଥିଲା। କିଛି ସମୟ ଭିତରେ ପାପୁଲିର ତଳ ପାର୍ଶ୍ବର ଚମଡ଼ା ମଧ୍ୟ ସଢିବାକୁ ଲାଗିଲା। ଦୁଇଦିନ ପର୍ଯ୍ୟନ୍ତ ଅସହନୀୟ ଯନ୍ତ୍ରଣା ସହିବା ପରେ ଯେତେବେଳେ ସେ ଡ଼ାକ୍ତରଙ୍କ ପାଖକୁ ଗଲେ ସେତେବେଳେ ଜଣାପଡ଼ିଲା ଯେ ମାଂସ ଭକ୍ଷଣକାରୀ ଜୀବାଣୁ ବିବ୍ରିୟୋ ଯୋଗୁଁ ଏଭଳି ହୋଇଛି। ଡ଼ାକ୍ତର ଯଥାଶୀଘ୍ର ସେଥିରୁ ପୁଜ ବାହାର କଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ସେ ବ୍ୟକ୍ତି ପୂର୍ବରୁ ହିଁ ମଧୁମେହରେ ଆକ୍ରାନ୍ତ ଥିଲେ। କେବଳ ଏତିକି ନୁହେଁ ତାଙ୍କର କିଡ଼୍‍ନୀ ସମ୍ବନ୍ଧୀୟ ରୋଗ ମଧ୍ୟ ଥିଲା। ଡ଼ାକ୍ତର ତାଙ୍କୁ ଇଣ୍ଟ୍ରାଭେନସ୍‍ ଏଣ୍ଟିବାୟୋଟିକ୍‍ ଦେଇଥିଲେ। ଏହାଦ୍ୱାରା ତାଙ୍କ ଅବସ୍ଥା ଆହୁରି ଜଟିଳ ହୋଇପଡ଼ିଥିଲା। ଶେଷରେ ୭୧ ବର୍ଷିୟ ଏହି ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାକୁ ଯାଇ ଡ଼ାକ୍ତରମାନଙ୍କୁ ବ୍ୟକ୍ତିଙ୍କର ସେହି ହାତକୁ କାଟିବାକୁ ପଡ଼ିଥିଲା। ଡ଼ାକ୍ତରଙ୍କ କହିବା ଅନୁସାରେ ସୁଶୀ ଖାଇବା ଫଳରେ ସେ ବ୍ୟକ୍ତିଙ୍କ ଚର୍ମ ସଂକ୍ରମିତ ହୋଇଯାଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories