www.samajalive.in
Monday, December 8, 2025
24.1 C
Bhubaneswar

ଲକ୍ଷାଧିକ ଟଙ୍କାର କଫ ସିରଫ ଜବତ ; ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରୁ ପୁଲିସ ପାଟ୍ରୋଲିଂ ସମୟରେ ଲକ୍ଷାଧିକ ଟଙ୍କାର ଚୋରା କଫ ସିରଫ ବୋଝେଇ ଗୋଟିଏ ସ୍କୋ୍ରପିଓ ଗାଡି ଜବତ କରିଛି । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ହେଲେ ନୂଆପଡା ଜିଲ୍ଲା ଗଡ଼ରପାଲ୍ଲୀର ସତାମ୍ବର ବାଘ ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଦେଇ ଭୁବନେଶ୍ୱରରୁ କଳାହାଣ୍ଡି ସିନ୍ନାପାଲ୍ଲୀ ଅଂଚଳକୁ ଏକ ସ୍କୋ୍ରପିଓ ଗାଡିରେ କଫ ସିରଫ ଚୋରା ଚାଲାଣ ହେଉଥିବା ସର୍ମ୍ପକରେ ପୁରୁଣାକଟକ ପୁଲିସ ଏକ ସୂତ୍ରରୁ ଖବର ପାଇଥିଲା । ଖବରପାଇ ଉକ୍ତ ସ୍କୋ୍ରପିଓ ଗାଡିକୁ ପୁଲିସ ଚାରିଛକ-ପୁରୁଣାକଟକ ଜାତୀୟରାଜପଥରେ ଧରିଥିବା ସୂଚନା ମିଳିଛି । ଗାଡିରୁ ଏକ କମ୍ପାନୀର କୋଡିଏ ପେଟି କଫ ସିରଫ ଜବତ ହୋଇଥିବା ଜଣାପଡିଛି । ଗୋଟିଏ ପେଟିରେ ଶହେରୁ ଅଧିକ କଫ ସିରଫ ବୋତଲ ରହିଛି । ଯାହାର ଆନୁମାନିକ ମୁଲ୍ୟ ୨ଲକ୍ଷଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।
ଏ ନେଇ ପୁରୁଣାକଟକ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବୌଦ୍ଧ ଏସ.ଡି.ପି.ଓ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି ।
ବୌଦ୍ଧ ଅଂଚଳରେ କୋଡିନ ଫସେଟ ମିଶ୍ରଣ କଫ୍ ସିରଫ ନିଶାପାଇଁ ଲୋକେ ବହୁଳମାତ୍ରାରେ ବ୍ୟବହାର କରୁଥିବା ମଧ୍ୟ ସୂଚନା ମିଳିଛି ।ଅଧିକ ଲାଭଆଶାରେ ଲୋକଙ୍କ ଜୀବନ ସହିତ ଖେଳଖେଳୁଥିବା ଅସାଧୁ କଫ ସିରଫ ଚୋରା ବ୍ୟବସାୟୀଙ୍କ ଉପରେ ଚଢଉ କରାଯିବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ଭୁବନେଶ୍ୱରରୁ ବୌଦ୍ଧକୁ କଫ ସିରଫ ଚୋରା ବ୍ୟବସାୟ ଚେର ଲମ୍ବିଥିବା ମଧ୍ୟ ସାଧାରଣରେ ମତପ୍ରକାଶ ପାଉଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories