www.samajalive.in
Saturday, December 13, 2025
17.1 C
Bhubaneswar

ସର୍ବସାଧାରଣଙ୍କ ପାଇଁ ଖୋଲିଲା ମା’ ଭଟ୍ଟାରିକା ଏବଂ ବାବା ସିଂହନାଥଙ୍କ ମନ୍ଦିର

ବଡ଼ମ୍ବା  : କଟକ ଜିଲା ବଡ଼ମ୍ବା ବ୍ଲକର ପ୍ରମୁଖ ପୀଠ ଭାବେ ପରିଗଣିତ ଶଶାଙ୍ଗ ଗ୍ରାମ ବିଜେ ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ମନ୍ଦିର ଏବଂ ଗୋପୀନାଥପୁର ବିଜେ ବାବା ସିଂହନାଥ ଦେବଙ୍କ ଶୈବପୀଠ ସର୍ବସାଧାରଣ ତଥା ଭକ୍ତଙ୍କ ଦର୍ଶନ ନିମିତ ବୁଧବାର ପୁନର୍ବାର ଖୋଲିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତା ସ୍ୱରୂପ ଏହି ଦୁଇ ମନ୍ଦିର ସହିତ ବ୍ଲକ ଅନ୍ତର୍ଗତ ଖାରୋଡ଼ ଗ୍ରାମ ବିଜେ ମା’ ମହାକାଳୀ ଏବଂ ତାଳମୁଣ୍ଡଳୀ ବିଜେ ପ୍ରଭୁ ତୃତୀୟାଦେବ ଆଦି ପ୍ରମୁଖ ମନ୍ଦିର ସମୁହ ପ୍ରଶାସନ ନିଷ୍ପତି କ୍ରମେ ସର୍ବ ସାଧାରଣ ଦର୍ଶନ ନିମିତ ଦୀର୍ଘ ପ୍ରାୟ ୩ମାସ ହେବ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର ଏବଂ ଜିଲାପାଳଙ୍କ ନିଷ୍ପତି କ୍ରମେ ଏହିସବୁ ମନ୍ଦିର ପୁଣିଥରେ କୋଭିଡ ନିୟମ ପାଳନ ରହିତ ଖୋଲାଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ମନ୍ଦିର ପରିସରର ପ୍ରମୁଖ ସ୍ଥାନମାନଙ୍କରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ କୋଭିଡ ନିୟମାବଳୀ ପ୍ରାଚୀରପତ୍ର ଲାଗିବ, ଏକ ସମୟରେ ଗହଳି ନକରି ନିର୍ଦ୍ଦିଷ୍ଟ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିବ, ସେବାୟତଙ୍କ ସମେତ ସମସ୍ତ ଦର୍ଶନାର୍ଥୀ ବାଧ୍ୟତାମୁଳକ ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ କରିବେ । ସେହିଭଳି ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ୬୫ବର୍ଷରୁ ଊର୍ଦ୍ଧ୍ବ, ଗର୍ଭବତି ମହିଳା,ସାଧାରଣ ଥଣ୍ଡା ଜ୍ୱରଗ୍ରସ୍ତ, ଜଟିଳ ବ୍ୟାଧିଗ୍ରସ୍ତ ବ୍ୟକ୍ତିବିଶେଷ ଏବଂ ୧୦ବର୍ଷରୁ କମ୍‍ ବୟସର ଶିଶୁଙ୍କ ମନ୍ଦିର ପ୍ରବେଶ ଉପରେ ଜିଲା ପ୍ରଶାସନ ନିଷେଧାଦେଶ ଜାରୀ କରିଥିବା ଜଣାଯାଇଛି । ଏହା ବ୍ୟତିରକେ କୌଣସି ପରିସ୍ଥିତିରେ ଦର୍ଶନାର୍ଥୀମାନେ ମନ୍ଦିରରେ ଭୋଗ ଲଗାଇ ପାରିବେନି କି ମନ୍ଦିର ପରିସରରେ ପ୍ରସାଦ ସେବନ କରିପାରିବେନି ବୋଲି ପ୍ରଶାସନିକ ନିର୍ଦେଶ ରହିଥିବା ପ୍ରକାଶ। କରୋନା ସଂକ୍ରମଣ ନହେବା ପାଇଁ ମନ୍ଦିର ଆଦିରେ ଉତ୍ସବ ଉପରେ ମଧ୍ୟ କଟକଣା ରହିଥିବା ଜଣାଯାଇଛି । ସ୍ଥାନୀୟ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଦେବଦତ୍ତ ମହାନ୍ତ ମନ୍ଦିର ଖୋଲିବା ପରେ ସେସବୁର ପରିଚାଳନାଗତ ଅନୁଧ୍ୟାନ କରିଛନ୍ତି । ବିଭାଗୀୟ ପରିଚାଳକ ବିପିନି ପୂର୍ବାରା ଆଜି ସକାଳ ବେଳା ଭଟ୍ଟାରିକା ମନ୍ଦିର ପରିଦର୍ଶନ କରି ସେବାୟତଙ୍କ ସହିତ ଆଲୋଚନା କରିଥିବା ଏବଂ ରୀତିନିତୀ ତଦାରଖ କରିଥିବା ପ୍ରକାଶ । ମନ୍ଦିର ଖୋଲିବାରେ ଠାକୁରଙ୍କ ଦର୍ଶନ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ସେହିଭଳି ଏସବୁ ମନ୍ଦିରରେ କୋଭିଡ ନିୟମ ଠିକ୍‍ଭାବେ ପାଳନ ହେଉଛି କି ନାହିଁ, ମନ୍ଦିର ପରିସର ବିଶୋଧନ ଆଦି ସ୍ଥାନୀୟ ବିଡିଓ, ତହସିଲଦାର ଏବଂ ଥାନା ଆଇଆଇସି ସମୟକୁ ସମୟ ତଦାରଖ କରିବା ସହ ମନ୍ଦିର ପରିଚାଳନା କମିଟି ସହିତ ଏଦିଗରେ ଆଲୋଚନା କରିବେ ବୋଲି ଜିଲାପାଳ ଭବାନୀଶଙ୍କର ଚୟିନୀ ତାଙ୍କ ପତ୍ରରେ ନିର୍ଦେଶ ଦେଇଥିବା ପ୍ରକାଶ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories