www.samajalive.in
Tuesday, December 9, 2025
16.1 C
Bhubaneswar

ନିମ୍ନମାନର ରାସ୍ତାକାମ ଯୋଗୁଁ ସାଧାରଣରେ ଅସନ୍ତୋଷ 

ବେଗୁନିଆ : ଖୋର୍ଦ୍ଧା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିନସ୍ଥ ବେଗୁନିଆ-ଲୋଧାଚୁଆ ରାସ୍ତାର ଉନ୍ନତିକରଣ ପାଇଁ ନାବାର୍ଡ ସହାୟତାରେ କରାଯାଇଥିବା ରାସ୍ତାକାମ ନିମ୍ନମାନର ହୋଇଥିବା ଯୋଗୁଁ ରାସ୍ତାରୁ ପିଚୁ ଧସକି ଖାଲ ଖମା ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ହୋଇଛି । । ଫଳରେ ଗାଡି ମଟର ଏବଂ ଜନସାଧାରଣ ଯାତାୟାତରେ ଅସୁବିଧା ଦେଖା ଦେଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।୧୨କି ମି ରାସ୍ତା ପାଇଁ ନାବାର୍ଡ୧୨ କୋଟି ଟଙ୍କା ସହାୟତା ଦେଇଥିବା କୁହାଯାଉଛି । ଠିକାଦାର ଏହି କାର୍ୟ୍ୟ କରୁଥିବା ସମୟରେ କାମ ନିମ୍ନମାନର ହେଉଥିବାର ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କରିଥିଲେ । ଠିକାଦାର ଧାର୍ୟ୍ୟ ସମୟ ମଧ୍ୟରେ ଉକ୍ତ ରାସ୍ତା କାର୍ୟ୍ୟ ସାରି ପାରି ନଥିବା ବେଳେ ବହୁ ବିଳମ୍ବରେ କାର୍ୟ୍ୟ ସମ୍ପାଦନ କରିଥିବାବେଳେ ଆଜି ପର୍ୟ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଏ ପର୍ୟ୍ୟନ୍ତ ବର୍ମ ଦିଆଯାଇନାହିଁ ।ରାସ୍ତାର ବିଭିନ୍ନ ସ୍ଥାନରେ ହୋଇଥିବା ସୁରକ୍ଷା ପ୍ରାଚୀର ଏବଂ ଡ୍ରେନ କାର୍ୟ୍ୟ ନିମ୍ନ ମାନର ହୋଇଥିବା ଯୋଗୁଁ ସେଗୁଡିକ ମଧ୍ୟ ଭାଙ୍ଗିବାକୁ ବସିଲାଣି ।କାମ ସରିବାର ୬ ମାସ ନହେଉଣୁ ରାସ୍ତାର ଅବସ୍ଥା ବେହାଲ ହେବାକୁ ବସିଛି ।ରାସ୍ତାକାମ ଆରମ୍ଭରେ ଚଟୁଆ ନିକଟରେ ରାସ୍ତା ଉପରେ ଥିବା ବହୁ ମୂଲ୍ୟବାନ ଗଛ ଜଙ୍ଗଲ ବିଭାଗ ଅଗୋଚରରେ ବିଭାଗୀୟ କର୍ମଚାରୀ ମାନେ ତାକୁ କାଟି ବିକ୍ରି କରି ଦେଇଥିବାର ସେ ସମୟରେ ସାଧାରଣରେ ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜନସାଧାରଣରେ ଦାବି ହେଉଛି ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories