www.samajalive.in
Thursday, December 11, 2025
16.1 C
Bhubaneswar

ହାଇଟେକ୍‍ ହେଉଛି ନିର୍ମାଣ ଉପକରଣ

ଜୟପୁର: ଭାରତର ଅଗ୍ରଣୀ ନିର୍ମାଣ ଉପକରଣ ଯାନବାହନ ବିନିର୍ମାଣକାରୀ ଜେସିବି ଇଣ୍ଡିଆ ନିଜର ସଂପୂର୍ଣ୍ଣ ନୂତନ ବର୍ଗର ସିଇଭି ଷ୍ଟେଜ ୪ ଚକଲଗା ନିର୍ମାଣ ଉପକରଣ ଯାନଗୁଡିକର ବଜାର ପ୍ରବେଶ କରାଇଛି। ଏହି ଯାନବାହନର ଶୁଭାରମ୍ଭ ଜେସିବିକୁ ଭାରତରେ ଏହି ଶିଳ୍ପରେ ପ୍ରଥମ କମ୍ପାନୀ ଭାବରେ ସମସ୍ତ ଚକଲଗା ଯନ୍ତ୍ରପାତି ବର୍ଗରେ ସିଇଭି ଷ୍ଟେଜ ୪ ନିର୍ଗମନ ମାନ ଅନୁପାଳନ କରୁଥିବା କମ୍ପାନୀ ଭାବରେ ପ୍ରତିଷ୍ଠିତ କରାଇଛି। ଜୟପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେସିବି ଇଣ୍ଡିଆର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଦୀପକ ସେଟ୍ଟି କହିଥିଲେ, ଏହି ନୂଆ ବର୍ଗ ପରିବେଶ ଏବଂ ଦୀର୍ଘସ୍ଥାୟିତ୍ୱ ଦିଗରେ ଆମର ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ନିର୍ଗମନ ପରିମାଣ କମ୍‍ ହେବା ସହିତ ଏହି ଯନ୍ତ୍ରପାତିଗୁଡିକ ମଧ୍ୟ ଅଧିକ ଇନ୍ଧନ ସଞ୍ଚୟ କରିବ, ତେଣୁ ଏହାଦ୍ୱାରା ଉପକରଣର ମାଲିକାନା ହେବା ବାବଦ ମୋଟ ଖର୍ଚ୍ଚ ହ୍ରାସପାଇବ।
ଏହି ଯନ୍ତ୍ରପାତିଗୁଡିକ ଜେସିବିର ଉନ୍ନତ ଟେଲିମାଟିକ୍ସ ପ୍ରଯୁକ୍ତି ସହିତ ଆସୁଛି, ଯାହାକୁ ଜେସିବି ଲାଇଭଲିଙ୍କ କୁହାଯାଉଛି। ଏହି ବୈପ୍ଳବିକ ପ୍ରଯୁକ୍ତି ଯନ୍ତ୍ରପାତିର ପ୍ରଦର୍ଶନ, ଏହାର ପରିଚାଳନା ଏବଂ ସ୍ୱାସ୍ଥ୍ୟଗତ ସୂଚକ ଆଦି ସମ୍ପର୍କରେ ବାସ୍ତବ ସମୟ ଭିତ୍ତିକ ସୂଚନା ସହିତ ଏହାର ଅବସ୍ଥିତି ସମ୍ପର୍କରେ ମଧ୍ୟ ତାଜା ସୂଚନା ପ୍ରଦାନ କରୁଛି। ସେଗୁଡିକୁ ଜିଓ-ଫେନ୍ସ, ଟାଇମ-ଫେନ୍ସ କରାଯାଇପାରିବ ଏବଂ ଜିପିଏସ୍‍ ଜରିଆରେ ଅବସ୍ଥାପିତ କରାଯାଇପାରିବ। ଏଥିସହିତ ଜେସିବିର ଇଣ୍ଟେଲି-ଡାଏଗ୍ନୋଷ୍ଟିକ ପ୍ରଯୁକ୍ତି ଏକ ଡିଜିଟାଲ କୋ÷ଶଳ ଜରିଆରେ ସଠିକ ଭାବରେ ତ୍ରୁଟି ଚିହ୍ନଟ କରିବାରେ ସହାୟକ ହୋଇଥାଏ। ଏହି ଯନ୍ତ୍ର କେଉଁଠାରେ ରହିଛି ଏବଂ କିଭଳି ସ୍ଥିତିରେ ଅଛି, ତାହା ଏହାର ମାଲିକ ମଧ୍ୟ ନିଜ ଘରେ ଥାଇ ଜାଣିପାରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories