www.samajalive.in
Monday, December 8, 2025
24.1 C
Bhubaneswar

ବିଦ୍ୟାର୍ଥୀଙ୍କ ପାଇଁ ତତ୍ପରତା

ଗୁରୁଡିଝାଟିଆ :  କରୋନା ସ୍ଥିତି ସୁଧାର ଆସିଥିବାରୁ ଶିକ୍ଷାନୁଷ୍ଠାନ ମୁହାଁ ଏବେ ବିଦ୍ୟାର୍ଥୀ । ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ବାଚନ ମଣ୍ଡଳୀର ସମସ୍ତ ଶିକ୍ଷାନୁଷ୍ଠାନର ଶ୍ରେଣୀକକ୍ଷ କୁ ବିଶୋଧନ କରାଯାଇଛି । ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ତୁଣ୍ଡି ବଣ୍ଟନ ମଧ୍ୟ କରାଯାଇଛି । ଏନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜୁ ଛାତ୍ର ଜନତାଦଳ ଓ ବିଜୁ ଯୁବ ଜନତାଦଳର ସଦସ୍ୟମାନଙ୍କୁ ଏକାଧିକ ଭାଗରେ ବିଭକ୍ତ କରି ସଠିକ୍ ଢଙ୍ଗରେ ମହାବିଦ୍ୟାଳୟ ,ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ପରିସରକୁ ବିଶୋଧନ କରିବା ପାଇଁ ନିଦେ୍ର୍ଦଶ ଦେବା ପରେ ଆଇନଜୀବି ଆଦିତ୍ୟ ପ୍ରତାପ ସ୍ୱାଇଁ ଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତାଦଳର ଉପସଭାପତି ଦୀପକ କୁମାର ଆଚାର୍ଯ୍ୟ, ସଂପାଦକ ଶୁଭେନ୍ଦୁ ବେଉରା,ଛାତ୍ରଜନତା ଦଳର ଆଠଗଡ ସଭାପତି ସତ୍ୟପି୍ରୟ ମହାନ୍ତି,ତୋଫାନ ସାମଲ, ଧନେଶ୍ୱର ବେହେରା, ଅଜିତ୍ ଦାସ, ଦୀପକ ପାଢି, ଦିନେଶ ବେହେରା, ସୌମ୍ୟରଞ୍ଜନ ଦାସ ଓ ଜିଲ୍ଲାପରିଷଦ ଜୋନ ୨ର ସଂଯୋଜକ ନୃସିଂହ ଚରଣ ସାହୁ ପ୍ରମୁଖ ପ୍ରଥମେ ଖୁଣ୍ଟୁଣୀସ୍ଥିତ ରାଧାନାଥ ବିଦ୍ୟାପୀଠ,ରାଧାନାଥରଥ ବିଜ୍ଞାନ +୨ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ, ଗୋବରା ଉଚ୍ଚ ବିଦ୍ୟାଳୟ ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକବିଦ୍ୟାଳୟ ବିଶୋଧନ କରାଯିବା ସହିତ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ତୁଣ୍ଡି ବଣ୍ଟନ କରାଯାଇ କରୋନାକୁ ଜୟ କରିବାର କୌଶଳ ସହିତ କରୋନା ମୁକାବିଲା ସଂପର୍କିତ ନୀତିନିୟମ ସଂପର୍କରେ ବୁଝାଇଥିଲେ ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories