www.samajalive.in
Monday, December 8, 2025
24.1 C
Bhubaneswar

ସୁଲଭ ମୂଲ୍ୟରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରୟାସ

ମୁମ୍ବଇ : ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଦୃଢ ପ୍ରତିବଦ୍ଧ ହୋଇଛି ଘରୋଇ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଅଜିଙ୍କ୍ୟ ଡି ୱାଇ ପାଟିଲ। ସୁଲଭ ମୂଲ୍ୟ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଏକ ପ୍ରଭାବୀ ସ୍ଥାନ ଦଖଲ କରିବା ଆଶା ଆକାଂକ୍ଷା ସୁଦୃଢ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମାରେ ସ୍ୱାକ୍ଷର କରିଛି। ଏହି ଗ୍ରୁପ୍‍ ୱାଡାଲା ମୁମ୍ବଇରେ ସ୍ୱାସ୍ଥ୍ୟସେବା ଶିକ୍ଷା ସନ୍ନିହିତ ଏକ ପ୍ରମୁଖ ସୁପର ସ୍ପେଶାଲିଟି ଏବଂ କ୍ରିଟିକାଲ କେୟାର ସୁବିଧା ସ୍ଥାପନ କରିବା ଏବଂ  ପରେ ପୁଣେରେ ଅନୁରୂପ ମଡେଲ ସ୍ଥାପନ କରିବାକୁ ପଦକ୍ଷେପ ନେଉଛି। ଗ୍ରୁପ୍‍ ଅଧ୍ୟକ୍ଷ ଡା.ଅଜିଙ୍କ୍ୟ ଡି ୱାଇ ପାଟିଲ କହିଛନ୍ତି, ସୁସ୍ଥତା ଏବଂ ବିକଳ୍ପ ଔଷଧ ଏହିଭଳି କିଛି ବିଷୟ ଯେଉଁଥିରେ ଆମେ ନିଜକୁ ପ୍ରତିବଦ୍ଧ ରହିବା ଏବଂ ବିଶ୍ୱ ମାନର ସୁବିଧା ସୁଯୋଗ ସୃଷ୍ଟି କରିବା ଇଛା କରୁଛୁ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶିବଦତ୍ତ ଦାସ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ସର୍ବୋତ୍ତମ ମାନର ଚିକିତ୍ସା ସୁବିଧା ଯୋଗାଇଦେବା ଆମର ଆକାଂକ୍ଷା ହୋଇ ରହିଛି। ଆମେ ଗୋଟିଏ ସ୍ଥାନରେ ଘରୋଇ ହସପିଟାଲ ମାନର ସେବା ଏବଂ ସାମାଜିକ ହସପିଟାଲ ଭଳି ମୂଲ୍ୟ ଏକତ୍ର ଉପଲବ୍ଧ କରାଇବା ଲକ୍ଷ୍ୟ ରଖିଛୁ। ପ୍ରଯୁକ୍ତି ଓ ଅର୍ଥନୀତିର ସଠିକ ସମ୍ମିଶ୍ରଣ ଦ୍ୱାରା ଏହା ସମ୍ଭବ ହୋଇପାରିବ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories