www.samajalive.in
Thursday, December 11, 2025
13.1 C
Bhubaneswar

୧୭ ବର୍ଷ ପରେ ଟୋକିଓ ଅଲିମ୍ପିକ୍‍ ହକି ଫାଇନାଲରେ ଅଷ୍ଟ୍ରେଲିଆ

ଟୋକିଓ ଅଲିମ୍ପିକ୍‍ କ୍ରୀଡ଼ାରେ ପୁରୁଷ ହକି ଫାଇନାଲ୍‍ ମ୍ୟାଚ୍‍ ବେଲ୍‍ଜିୟମ୍‍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଦିନ ଅନୁଷ୍ଠିତ ହେବ।ଆଜି ଏକାଦଶ ଦିନରେ ଅଷ୍ଟ୍ରେଲିଆ ଜର୍ମାନୀକୁ ସେମିଫାଇନାଲ୍‍ ମ୍ୟାଚରେ ୩-୧ ଗୋଲ୍‍ରେ ହରାଇ ଦେଇଛି। ଏହା ଫଳରେ ୧୭ ବର୍ଷ ପରେ ଅଷ୍ଟ୍ରେଲିଆ ପୁରୁଷ ବିଭାଗ ହକି ଫାଇନାଲ୍‍ରେ ପ୍ରବେଶ କରିଛି। ଆଜି ସକାଳେ ଭାରତ ବେଲ୍‍ଜିୟମ୍‍ଠାରୁ ପ୍ରଥମ ସେମିଫାଇନାଲ୍‍ ମ୍ୟାଚରେ ୫-୨ରେ ହାରିଯାଇଥିଲା। ଆସନ୍ତା ଗୁରୁବାର ଦିନ ଭାରତ ଓ ଜର୍ମାନୀ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ। ମସ୍କୋ ଅଲିମ୍ପିକ୍‍ ପରଠାରୁ ଚାରି ଦଶନ୍ଧି ପରେ ଭାରତ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।

ଆଥ୍‍ଲେଟିକ୍ସରେ ଅନୁରାଣୀ ଜାଭଲିନ୍‍ ଥ୍ରୋରେ ଯୋଗ୍ୟତା ପର୍ଯ୍ୟାୟରୁ ହାରିଯାଇଛନ୍ତି। କମଲ୍‍ପ୍ରୀତ କୌରଙ୍କର ପଦକ ଆଶା ମୌଳି ଯାଇଛି। କାରଣ ଗତକାଲି ଫାଇନାଲ୍‍ ଡିସ୍‍କସ୍‍ ଥ୍ରୋ ପ୍ରତିଯୋଗୀତାରେ ସେ ଷଷ୍ଠ ସ୍ଥାନରେ ରହିଥିଲେ। ସଟ୍‍ଫୁଟ୍‍ରେ ତାଜିନ୍ଦର ସିଂହ ତୁର ଯୋଗ୍ୟତା ପର୍ଯ୍ୟାୟରେ ହାରିଯାଇ ତ୍ରୟୋଦଶ ସ୍ଥାନରେ ରହିଛନ୍ତି। ମୁଷ୍ଟି ଯୁଦ୍ଧରେ ସୋନମ ମଲ୍ଲିକ ମଙ୍ଗୋଲିଆର ବୋଲରତୁଆ ଖୁରେଲ୍‍ଖୁଙ୍କ ଠାରୁ ମହିଳା ବିଭାଗ ୬୨ କିଲୋଗ୍ରାମ୍‍ ଫ୍ରି’ଷ୍ଟାଇଲ୍‍ ବର୍ଗରେ ହାରିଯାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories