www.samajalive.in
Sunday, December 14, 2025
26.1 C
Bhubaneswar

ମାଇଗ୍ରେନ୍‍ରୁ ରକ୍ଷା ପାଇବାର ସହଜ ଉପାୟ

‘ମାଇଗ୍ରେନ’ ଆଜିକାଲି ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହା ହେଉଛି ହେଉଛି ମୁଣ୍ଡର ଏକ ପଖେ ହେଉଥିବା ଯନ୍ତ୍ରଣା ବା କଷ୍ଟ। ବେଳେ ବେଳେ ଏହି ଯନ୍ତ୍ରଣା ମୁଣ୍ଡର ମଝିରେ କିମ୍ବା ମୁଣ୍ଡର ଦୁଇ ପାଖରେ ମଧ୍ୟ ହୋଇଥାଏ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ନିମନ୍ତେ କିଛି ସହଜ ଉପାୟ ଅଛି, ଯାହାଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ, ତାହା କ’ଣ…..
ଦୈନିକ ୧୪ରୁ ୧୬ ଗ୍ଲାସ୍‍ ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ ।
ଖାଦ୍ୟରେ ନିୟମିତ ସବୁଜ ପନିପରିବା ଓ ଫଳ ଖାଇବା ମଧ୍ୟ ଆବଶ୍ୟକ। ଗାଜରକୁ ଅଧିକ ପରିମାଣରେ ଖାଇଲେ ଏହା ଖୁବ ଉତ୍ତମ ଫଳ ଦେଇଥାଏ।
ମାଛ – ମାଛ ଖାଇବା ଦ୍ୱାରା ଏହି ମାଇଗ୍ରେନରୁ ବହୁ ପରିମାଣରେ ମୁକ୍ତି ମିଳିଥାଏ। ମାଛରେ ଥିବା ପୋଷକତତ୍ତ୍ୱ ମାଇଗ୍ରେନ୍ର ସମସ୍ୟାକୁ ଦୂର କରିଥାଏ।
କାଜୁ ଓ ପେସ୍ତା ବାଦାମ – ଏଥିରେ ଅଧିକ ପରିମାଣରେ ମାଗ୍ନେସିକମ ଥିବାରୁ ଏହା ରକ୍ତ ସଞ୍ଚାଳନକୁ ଖୁବ ଭଲ ଭାବେ ପରିଚାଳିତ କରିଥାଏ। ଯାହା ଦ୍ୱାରା ମାଇଗ୍ରେନ୍‍ର କଷ୍ଟ ବହୁ ପରିମାଣରେ କମିଥାଏ।
ମସ୍ତିଷ୍କ ପର୍ଯ୍ୟାପ୍ତ ମାତ୍ରାରେ କାର୍ଯ୍ୟ କରିବା ନିମନ୍ତେ ଅଧିକ ପରିମାଣରେ କ୍ୟାଲସିୟମର ଆବଶ୍ୟକତା ରହିଛି। କ୍ୟାଲସିୟମର ମାତ୍ରା କମିଲେ ମଧ୍ୟ ମାଇଗ୍ରେନ ସମସ୍ୟା ହୋଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ନିୟମିତ ଦହି ଖାଇଲେ ଆମେ ଏହି ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇପାରିବା। କାରଣ ଦହିରେ କ୍ୟାଲସିୟମର ମାତ୍ରା ଅଧିକ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories