www.samajalive.in
Friday, December 12, 2025
16.1 C
Bhubaneswar

ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତି ଦ୍ୱାରା ମିଳେ ଶୁଭଫଳ

ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ମାନସିକ ଦୁଶ୍ଚିନ୍ତା ଯେଉଁମାନଙ୍କର ଥାଏ, ସେମାନେ ଏହି ମାଟି ପାତ୍ରର ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଘରେ ସାଜ୍ଜସଜ୍ଜା ପାଇଁ ଦକ୍ଷିଣ- ପୂର୍ବ ଦିଗରେ ମାଟିର ବିଭିନ୍ନ ଦ୍ରବ୍ୟ ରଖିଲେ ଗୃହରେ ସର୍ବଦା ସୌଭାଗ୍ୟ ଆସିଥାଏ।
ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତି ଦ୍ୱାରା ଭଗବାନଙ୍କ କୃପା ସର୍ବଦା ରହିଥାଏ।
ପ୍ରତ୍ୟେକଙ୍କ ଘରେ ମାଟି ପାତ୍ର ନିଶ୍ଚୟ ରହିବା ଉଚିତ।
ମାଟି ପାତ୍ରରେ ପାଣି ରଖି ଏହାକୁ ପିଇବା ଦ୍ୱାରା ବୁଧ ଓ ଚନ୍ଦ୍ରମାଙ୍କର ଶୁଭଫଳ ମିଳିଥାଏ।
ମାଟି ପାତ୍ରକୁ ଘରର ଉତର-ପୂର୍ବ ଦିଗରେ ରଖନ୍ତୁ।
ମାନସିକ ଅଶାନ୍ତି ଲାଗି ରହୁଥିଲେ ମାଟି ପାତ୍ରରେ ଗଛ ଲଗାଇ ସେଥିରେ ନିୟମିତ ପାଣି ଦିଅନ୍ତୁ।
ମାଟି ପାତ୍ରରେ ପାଣି ପିଇବା ଦ୍ୱାରା ମଙ୍ଗଳଙ୍କ ଉତମ ପ୍ରଭାବ ପଡ଼ିଥାଏ।
ମାଟି ପାତ୍ରରେ ପାଣି ଭର୍ତି କରି ଛାତ ଉପରେ ରଖି ପକ୍ଷୀଙ୍କୁ ପିଇବାକୁ ଦେବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ନିୟମିତ ତୁଳସୀଙ୍କ ନିକଟରେ ମାଟି ଦୀପ ଲଗାନ୍ତୁ।
ମାଟିରେ ପ୍ରସ୍ତୁତ କଣ୍ଢେଇ ଆଦି ଘରେ ସଜାଇ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ବୃଦ୍ଧି ପାଇଥାଏ।
ପର୍ବପର୍ବାଣି ସମୟରେ ଘରେ ମାଟିର ଦୀପ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଘରେ ମାଟିର ବାସନ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ମାଟି ପାତ୍ର ଘରେ ରହିବା ଦ୍ୱାରା ଏହା ଘର ପାଇଁ ଶୁଭଫଳ, ଧନବୈଭବ, ସଫଳତା ଆଦି ପ୍ରାପ୍ତି ହୋଇଥାଏ। ବିବାହ, ପୂଜାପର୍ବ, ବ୍ରତଘର ସବୁ କାର୍ୟ୍ୟରେ ମାଟିର ପାତ୍ର ବ୍ୟବହୃତ ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories