ଭୁବନେଶ୍ବର: ଅଗଷ୍ଟ ପାଇଁ ରାଜ୍ୟ ସରକାର କରୋନା କଟକଣା କୋହଳ କରିବା ପରେ ଆସନ୍ତା ସୋମବାରରୁ ରାଜଧାନୀର ୨୫ ମାର୍ଗ (ରୁଟ୍)ରେ ମୋ ବସ୍ ଗଡିବ। ରୁଟ୍ ଗୁଡିକରେ ୧୯୪ ବସ୍ ଚଳାଚଳ କରିବ। ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ଯାତ୍ରୀ ପରିବହନ ସେବା ଜାରି ରହିବ ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ଭୁବନେଶ୍ବର, କଟକ ଏବଂ ପୁରୀ ସହର ପାଇଁ ସପ୍ତାହାନ୍ତ ବନ୍ଦ ବଳବତ୍ତର ରହିଛି। ମୋ ବସ୍ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ସେବା ଯୋଗାଇ ଦେବ। ସପ୍ତାହାନ୍ତ ବନ୍ଦ ଶନିବାର ଓ ରବିବାର ବସ୍ ସେବା ବନ୍ଦ ରହିବ; ତେବେ ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳରୁ ଖୋର୍ଦ୍ଧା ଏବଂ କଟକକୁ ରେଳ ଓ ବିମାନରେ ଆସୁଥିବା ଯାତ୍ରୀଙ୍କୁ ସେବା ପ୍ରଦାନ କରାଯିବ। ବିମାନରେ ଆସୁଥିବା ଯାତ୍ରୀଙ୍କୁ ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳକୁ ନେବା କାର୍ଯ୍ୟ ଜାରି ରହିବ। ବସ୍ରେ ଜଣେ ହେଲେ ଯାତ୍ରୀ ଠିଆ ହୋଇ ଯାଇ ପାରିବେନାହିଁ। ଯାତ୍ରୀ ତୁଣ୍ଡି ପିନ୍ଧି ନ ଥିଲେ ବସ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନି। କରୋନା ମାର୍ଗଦର୍ଶିକା ପାଳନ କରି ଯାତ୍ରୀ ପରିବହନ ସେବା ଜାରି ରହିବ। ମୋ ବସ୍ର ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରାଯାଇ ଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



