ଚୌଦ୍ୱାର: ଶନିବାର ଅପରାହ୍ଣରେ ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହି ଗ୍ରାମରେ ଶ୍ରାବଣ ମାସରେ ନାଗ ନାଗୁଣୀଙ୍କ ଯୁଗ୍ମ କ୍ରୀଡ଼ା ଦେଖିବାକୁ ଭିଡ଼ ଜମିଥିଲା। ସାହି ପିଲାମାନେ ପଡ଼ିଆରେ ଖେଳୁଥିବାବେଳେ ଦେଖିବାକୁ ପାଇଥିଲେ ଏଭଳି ଅପୂର୍ବ ଦୃଶ୍ୟ । ଆଖି ପିଛୁଳାକେ ଖବର ଖେଳିଗଲା ସାହି ସାରା। ଚାହୁୁଁଚାହୁଁ ଘଟଣାସ୍ଥଳରେ ସାହିଲୋକଙ୍କ ଭିଡ଼ ଜମିଗଲା। ମୋବାଇଲରେ ଚାଲିଲା ଫଟୋଉଠା। ଦୀର୍ଘ ଏକ ଘଣ୍ଟା କାଳ ଚାଲିଲା ଏହି ବିରଳ କ୍ରିଡ଼ା । ପରେ ନାଗ ନାଗୁଣୀ ଦୁଇଟି ଅନ୍ତର୍ଦ୍ଧ୍ୟାନ ହୋଇ ଯାଇଥିଲେ ଅନାବନା ବଣ ବୁଦା ଭିତରେ। ସାହି ଭିତରେ ନାଗ ନାଗୁଣୀଙ୍କ ଯୁଗ୍ମ କ୍ରିଡ଼ା ସାହିପାଇଁ ଶୁଭ ଖବର ଆଣିବ ବୋଲି ମୁରବି ଶ୍ରେଣୀୟ ଲୋକେ ମତବ୍ୟକ୍ତ କରିଛନ୍ତି।
Popular Categories



