www.samajalive.in
Saturday, December 6, 2025
26.1 C
Bhubaneswar

‘ମାଇଁ ଲର୍ଡ’ ସମ୍ବୋଧନ ନକରିବାକୁ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତିଙ୍କ ପରାମର୍ଶ

ଚଣ୍ଡିଗଡ: ତାଙ୍କୁ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ଭଳି ସମ୍ବୋଧନ ନକରିବାକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ଜଣେ ବିଚାରପତି ସଂପ୍ରତି ରାଜ୍ୟର ଆଇନଜୀବୀମାନଙ୍କୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ବାର ଆସୋସିଏସନର ସଦସ୍ୟମାନଙ୍କ ନିକଟକୁ ଏକ ପତ୍ର ଲେଖି ହାଇକୋର୍ଟ ବିଚାରପତି ଜଷ୍ଟିସ ଅରୁଣ କୁମାର ତ୍ୟାଗୀ କହିଛନ୍ତି, ଆଇନଜୀବୀମାନେ ତାଙ୍କୁ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ଭଳି ସମ୍ବୋଧନ ନକରନ୍ତୁ। ତାହାସହିତ ‘ଓବ୍ଲାଇଜଡ ଆଣ୍ଡ ଗ୍ରେଟଫୁଲ’ ଭଳି ଶବ୍ଦ ମଧ୍ୟ ବ୍ୟବହାର ନକରିବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଚାରପତିମାନଙ୍କୁ ‘ମାଇଁ ଲର୍ଡ’ ପରିବର୍ତ୍ତେ ‘ସାର୍‍’ ବୋଲି ସମ୍ବୋଧନ କରିବାକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ବାର ଆସୋସିଏସନରେ ୨୦୧୧ରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।
୨୦୨୧ ମାର୍ଚ୍ଚ ମାସରେ ମଧ୍ୟ ଜଷ୍ଟିସ ତ୍ୟାଗୀ ଆଇନଜୀବୀମାନଙ୍କୁ ପରାମର୍ଶ ଦେଇ ତାଙ୍କୁ ଏହି ଦୁଇଟି ସମ୍ବୋଧନ ନକରିବାକୁ ପରାମର୍ଶ ଦେଇଥିଲେ। ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏଚ ଏଲ ଦାତ୍ତୁ ମଧ୍ୟ ୨୦୧୪ରେ କହିଥିଲେ ଯେ ଆଇନଜୀବୀମାନେ ବିଚାରପତିମାନଙ୍କୁ ‘ୟୋର ଲର୍ଡସିପ’ ବୋଲି କହିବାକୁ ବାଧ୍ୟ ନୁହନ୍ତି। ସେମାନେ କେବଳ ସମ୍ମାନର ସହିତ ସମ୍ବୋଧନ କରିପାରିବେ। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ପି କ୍ରିଷ୍ଣା ମଧ୍ୟ ଏପ୍ରିଲରେ ଅନୁରୂପ ପରାମର୍ଶ ଦେଇ ଆଇଜୀବୀମାନେ ଏହି ଶବ୍ଦ ଏଡାଇବାକୁ କହିଥିଲେ। ତାହା ପରିବର୍ତ୍ତେ ଆଇନଜୀବୀମାନେ ‘ସାର୍‍’ ବୋଲି ସମ୍ବୋଧନ କରିବାକୁ ସେ କହିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories