www.samajalive.in
Thursday, December 11, 2025
15.1 C
Bhubaneswar

ଭାଜପା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଭାଜପା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ମଣ୍ଡଳ ସଭାପତି ମନୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଭାଜପା ପ୍ରଭାରୀ ଧନେଶ୍ବର ରାଉତ ଏହା ପରିଚାଳନା କରିଥିଲେ। ଏହି ମଣ୍ଡଳରେ ସାତୋଟି ପଞ୍ଚାୟତ ଓ ୨୭ ଗୋଟି ବୁଥ ରହିଛି। ସବୁ ମଣ୍ଡଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ନିଜ ନିଜ ମତ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଭାଜପା କରପା ପଞ୍ଚାୟତର ସରପଞ୍ଚ ସିନ୍ଧୁ କୁଲେସିକା ଯୋଗ ଦେଇଥିଲେ । ସଂଘଠନ କିପରି ସୁଦୃଢ ହେବ,  ୱାର୍ଡ ଗଠନ,  ବୁଥର ସଭାପତି ଓ ପଞ୍ଚାୟତର ସହ ଯୋଗାଯୋଗ ଓ ଯେଉଁଠି କେହି କର୍ମୀ ନାହାନ୍ତି ତାର ପୁନଃ ନିଯୁକ୍ତି କରାଯିବା ପାଇଁ  ପ୍ରଭାରୀ ରାଉତ କହିଥିଲେ। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ନିର୍ବାଚନରେ କିପରି ଦଳ ବିଜୟ ହାସଲ କରିବ ସେ ବିଷୟରେ ବୁଝାଇଥିଲେ। ଏହି ବୈଠକରେ ଜନଜାତି ମୋର୍ଚ୍ଚା ସଭାପତି ଦିଲୀପ ମିନିଆକା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ମଣ୍ଡଳ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, ଆଦିବାସୀ ନେତା ଲକୀ କଞ୍ଜକା, ଅଜୟ ଝଲିଆ, ନିରଞ୍ଜନ କାଡ୍ର।କା, ଯୁବମୋର୍ଚା ସମ୍ପାଦକ ମକର ନେମାଲପୁରୀ, କ୍ଷୀରୋଦ ମାର୍ଥା, ଦୈତାରି ଖଣ୍ଡାରିୟା ପ୍ରମୁଖ ଯୋଗଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories