www.samajalive.in
Monday, December 8, 2025
13.1 C
Bhubaneswar

ଫଟୋ ସାମ୍ବାଦିକ ଡାନିଶଙ୍କ ପରିଚୟ ଜାଣିବା ପରେ ହତ୍ୟା କରିଥିଲେ ତାଲିବାନ

କାବୁଲ: ଆଫଗାନିସ୍ତାନରେ ପ୍ରାଣ ହରାଇଥିବା ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଏକ ସାଂଘାତିକ ତଥ୍ୟ ଏବେ ପଦାକୁ ଆସିଛି । ଆଫଗାନିସ୍ତାନୀ ସୈନ୍ୟଙ୍କ ସହିତ ଯାଉଥିବାବେଳେ ତାଙ୍କ ଗାଡି ଉପରେ ତାଲିବାନ ଆକ୍ରମଣରେ ସେ ପ୍ରାଣ ହରାଇଥିବା ନେଇ ପୂର୍ବରୁ ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ପଛରେ ଭିନ୍ନ ବର୍ବର କାହାଣୀ ରହିଥିବା ଜଣାଯାଇଛି । ୱାଶିଂଟନ ଏକ୍‍ଜାମିନର ରିପୋର୍ଟ ଅନୁଯାୟୀ ଆଫଗାନ ସୈନ୍ୟ ଓ ତାଲିବାନ ମଧ୍ୟରେ ଚାଲିଥିବା ଲଢେଇର ଫଟୋ ଉଠାଇବାକୁ ସିଦ୍ଦିକି ଆଫଗାନ ସୈନ୍ୟଙ୍କ ସହିତ ମିଶି ସ୍ପିନ ବୋଲଡକ ଅଞ୍ଚଳକୁ ଯାଇଥିଲେ । ପାକିସ୍ତାନକୁ ଲାଗିôଥବା ଉକ୍ତ ସୀମାନ୍ତ ଅଞ୍ଚଳ ନିକଟବର୍ତ୍ତୀ ସେମାନେ ହେବାପରେ ତାଲିବାନ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ସେମାନେ ଜୀବନ ବଞ୍ଚାଇବାକୁ ଦୁଇଭାଗରେ ପୃଥକ ହୋଇଯାଇଥିଲେ । ଆଫଗାନ ସୈନ୍ୟବାହିନୀର କମାଣ୍ଡର ଏବଂ ଆଉ କିଛି ସୈନ୍ୟ ସିଦ୍ଦିକିଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସିଦ୍ଦିକି ଓ ତାଙ୍କ ସହିତ କେବଳ ତିନିଜଣ ଆଫଗାନ ସୈନ୍ୟ ରହିଯାଇଥିଲେ ।

ସେମାନଙ୍କ ଉପରେ ତାଲିବାନ ଆକ୍ରମଣ ହେବା ସମୟରେ ସିଦ୍ଦିକି ଗୁରୁତର ଆହତ ହୋଇଥିଲେ । ସେଥିପାଇଁ ସେ ଓ ତାଙ୍କ ସହିତ ଥିବା ତିନି ସୈନ୍ୟ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଏକ ମସଜିଦକୁ ଯାଇଥିଲେ । ତେବେ ମସଜିଦ ଭିତରେ ଜଣେ ସାମ୍ବାଦିକ ଥିବା ଖବର ପ୍ରସାରିତ ହେବାପରେ ତାଲିବାନ ସେଠାରେ ପହଞ୍ଚି ସେମାନଙ୍କୁ ହତ୍ୟା କରିଥିଲେ । ସ୍ଥାନୀୟ ସୂଚନା ଅନୁଯାୟୀ ତାଲିବାନ ପ୍ରଥମେ ମସଜିଦ ଉପରେ ଆକ୍ରମଣ କରିଥିଲେ । ସେତେବେଳକୁ ସିଦ୍ଦିକି ଜୀବିତ ଥିଲେ । ସେମାନେ ସିଦ୍ଦିକିଙ୍କୁ ଧରି ତାଙ୍କ ପରିଚୟ ମାଗିଥିଲେ । ସିଦ୍ଦିକିଙ୍କ ପରିଚୟ ପାଇବାପରେ ତାଲିବାନ ଆତଙ୍କିମାନେ ତାଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିବା ସହିତ ତାଙ୍କ ଉପରକୁ ଓ ତାଙ୍କ ସହିତ ଥିବା ତିନି ଆଫଗାନ ସୈନ୍ୟଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ ସିଦ୍ଦିକି ୨୦୧୮ରେ ରୋହିଙ୍ଗ୍ୟା ସଙ୍କଟ ଲୋକ ଲୋଚନକୁ ଆଣିବାପରେ ପୁଲିତଜର ପୁରସ୍କାର ପାଇଥିଲେ । ସେ ଆଫଗାନ ସଂଘର୍ଷ, ହଂକଂରେ ଚୀନ ବିରୋଧି ବିକ୍ଷୋଭ, ମଧ୍ୟ ପ୍ରାଚ୍ୟ ଏବଂ ୟୁରୋପ ଘଟଣାବଳିର ଟିକିନିଖି ଫଟୋ ଉଠାଇବା ସହିତ ତାହା ପ୍ରକାଶ କରିଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories