www.samajalive.in
Saturday, December 6, 2025
26.1 C
Bhubaneswar

ଅଲୋଡ଼ା ହୋଇଛନ୍ତି ଅପହଞ୍ଚର ‘ହରି’

କୋରାପୁଟ : ମହାତ୍ମାଙ୍କ ‘ଏକଲା ଚଲୋ’ ନୀତିରେ ନୟାଗଡ଼ ଜିଲା ଓଡ଼ଗାଁ ।   ବ୍ଲକ ବାଣ୍ଠପୁର ପଞ୍ଚାୟତର ଅପହଞ୍ଚ ତୁଲୁବିର ହରି ପ୍ରଧାନ ରାସ୍ତା କରିବାକୁ ବଜ୍ର ଶପଥ ନେଇଥିଲେ । ପାହାଡ଼ ମଥାନରେ ଜଙ୍ଗଲ ଘେରା ଅଞ୍ଚଳରେ ଅବହେଳିତ କୁଇ ସମ୍ପ୍ରଦାୟର ସାହାରା ସାଜି ମାତ୍ର ୧୯ବର୍ଷ ବୟସରେ ପାହାଡ଼ କାଟି ରାସ୍ତା ନିର୍ମାଣ ଆରମ୍ଭ କରିଥିଲେ ହରି ।  ବଡ଼ଭାଇ କୃଷ୍ଣ ତାଙ୍କୁ ସହଯୋଗ କରୁଥିଲେ । ଫଳସ୍ବରୂପ ୩ବର୍ଷ ପରେ ଦୁଇଚକିଆ ଓ ୮ରୁ ୧୦ବର୍ଷ ମଧ୍ୟରେ ଗାଁକୁ ଚାରିଚକିଆ ଯିବା ସମ୍ଭବ ହୋଇପାରିଲା । ଏବେ ହରିଙ୍କ ଅଣ୍ଟାରେ ଆଉ ବଳ ନାହିଁ । ଜୀବନର ଅର୍ଦ୍ଧାଧିକ ସମୟ ଭୋକ ଶୋଷ ଭୁଲି ରାସ୍ତା ନିର୍ମାଣ କରି ସେ ଆଜି କିଡନୀ ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ଟଙ୍କା ନାହିଁ। ତେଣୁ ଆଉ ରାସ୍ତା କାମ କରିପାରୁନାହାନ୍ତି ।  ତିନିବର୍ଷ ତଳେ ସରକାରୀସ୍ତରରେ କିଛିବାଟ ପର୍ଯ୍ୟନ୍ତ ପିଚୁ ରାସ୍ତା କରାଯାଇପାରିଥିଲେ ହେଁ ଏବେ ବି ପ୍ରାୟ ଏକ କିମି ରାସ୍ତା କଂକ୍ରିଟ କରାଯିବାର ଆବଶ୍ୟକତା ରହିଛି ।

୧୯୭୮ମସିହାରେ ପାହାଡ଼ର ପଥର ଫଟାଇବା, ମୁନ କାମ କୌଶଳ ଶିଖି ରାସ୍ତା ଆରମ୍ଭ କରିଥିଲେ ହରି ।   ପାହାଡ଼ କାଟି, ପଥର ଫଟାଇ, ପଥର ପ୍ୟାକିଂ କରି ପ୍ରାୟ ୩କିମି ରାସ୍ତା କରିପାରିଥିବା ହରି ସକାଳୁ ଗୋଟିଏ ଓଳି ଚାଷ କାମ କରି ବଳକା ସମୟରେ ଦିନ ସାରା ହରି ରାସ୍ତା ନିର୍ମାଣ କରୁଥିଲେ । ତାଙ୍କ ବଡ଼ଭାଇ କୃଷ୍ଣ ସହଯୋଗ କରୁଥିଲେ । ମୁନ, ହାତୁଡି, କୋଡ଼ି ଶାବଳ ଓ ଛୋଟ ଶଗଡ଼ ଥିଲା ତାଙ୍କର ପରିବାର ।  ଗୁରୁତ୍ବପୂର୍ଣ୍ଣ କଥା ଯେଉଁ ସ୍ଥାନରୁ ପଥର ଫଟାଇଥିଲେ ତାହା କ୍ରମେ ଗଭୀର ହୋଇ ପୋଖରୀ ଆକୃତିର ହୋଇଥିଲା, ଯାହାକୁ ଏବେ ତୁଲୁବିବାସୀ  ଗାଁ ପୋଖରୀ ଭାବେ ବ୍ୟବହାର କରୁଛନ୍ତି । ପୋଖରୀର ଗୋଟିଏ ପାର୍ଶ୍ୱ ହରି ନିଜେ ପଥର କାନ୍ଥ ଦେଇ ପୋଖରୀ ହୁଡା ନିର୍ମାଣ କରିଛନ୍ତି। ମୃତ୍ତିକା ସଂରକ୍ଷଣ ବିଷୟରେ ଅଜ୍ଞ ହରି ମାଟି ଧସିବା, ରୋକିବା ଓ ରାସ୍ତାର ସୁରକ୍ଷା ପାଇଁ ଜାମୁଝରି ନାଳକୁ ପଥର କାନ୍ଥ ଦେଇ ଅନ୍ୟ ଏକ ଜଳାଶୟ ତିଆରି କରିବାରେ ସଫଳ ହୋଇଛନ୍ତି । ତୁଲୁବି ନିକଟସ୍ଥ ଆଦିବାସୀ ଅଧ୍ୟୁଷିତ ଅନ୍ୟ ଏକ ଗାଁ ନେପାଳକୁ ନିଜସ୍ୱ ପ୍ରଚେଷ୍ଟାରେ ପ୍ରାୟ ତିନିଶହ ମିଟର ରାସ୍ତାରେ ପଥର ସଜେଇ ରାସ୍ତା ତିଆରି କରିପାରିଛନ୍ତି । ବାଘୁଆ ଡ୍ୟାମଠାରୁ ଗୋଟିଏ ପଟେ ଅଧ କିମି ଓ ନରସିଂହପ୍ରସାଦ ପଟକୁ ପ୍ରାୟ ଅଢ଼େଇ କିମି ରାସ୍ତା କରିପାରିଛନ୍ତି ସେ । ତାଙ୍କୁ ସହଯୋଗ କରୁଥିବା ବଡ଼ଭାଇ କୃଷ୍ଣ ଆରପାରିରେ । ହରିଙ୍କୁ ଏବେ ୫୩ ଛୁଇଁଲାଣି । ଆଉ ପୂର୍ବର ସାହାସ ନାହିଁ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ ଥକି ପଡ଼ିଛନ୍ତି । ଏବେ ବି ସରକାରୀ ସୁବିଧା ସୁଯୋଗ ପାଇଁ ଲୋକଙ୍କୁ ପାହାଡ଼ ଦେଇ ବାଣ୍ଠପୁର ପଞ୍ଚାୟତ ଯିବାକୁ ହେଲେ ୬କିମି ପଡ଼ୁଥିବାବେଳେ ନରସିଂହପ୍ରସାଦ ଦେଇ ବାଘୁଅା ଡ୍ୟାମ ପର୍ଯ୍ୟନ୍ତ ବାହାରି ସେଠାରୁ ବାଣ୍ଠପୁର ପଞ୍ଚାୟତକୁ ଯିବାକୁ ହେଲେ ୧୦କିମି ଅତିକ୍ରମ କରିବାକୁ ପଡ଼ିଥାଏ । ୨୦୧୯ପର୍ଯ୍ୟନ୍ତ ଗାଁକୁ ସରକାରୀ ଭାବେ ରାସ୍ତା ସଂଯୋଗ ହୋଇପାରି ନ ଥିବାବେଳେ ଧଞ୍ଜପୁରରୁ କିଛି ବାଟ ପର୍ଯ୍ୟନ୍ତ ପିଚୁ ରାସ୍ତା କରାଯାଇପାରିଥିବା ହରି କହନ୍ତି ।ଗାଁ ଲୋକଙ୍କ ସାହାରା ହରିଙ୍କୁ କେବଳ ମିଳିଛି ଲୋକଙ୍କ ପ୍ରଶଂସା । ସେବା ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ । ତଥାପି ସ୍ବାସ୍ଥ୍ୟସେବା ପାଇଁ ଟଙ୍କାଟିଏ ସରକାରୀ ଭାବେ ସାହାଯ୍ୟ ମିଳିନି ବୋଲି ଅଭିଯୋଗ ହୋଇଛି । ଅଖୋଜା ଅଲୋଡ଼ା ପ୍ରାୟ ହରିଙ୍କୁ ଏବେ କେବଳ ହରି ହିଁ ଭରସା ବୋଲି ଚର୍ଚ୍ଚା ହେଉଛି ।
କିମ୍ବଦନ୍ତୀ କହେ ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ କିଛି ସ୍ୱାଧୀନତା ସଂଗ୍ରାମୀ ରାଜରୋଷ ଓ ଫିରିଙ୍ଗିଙ୍କ କବଳରୁ ଆତ୍ମଗୋପନ ପାଇଁ ଏବଂ ସ୍ୱାଧୀନତା ସଂଗ୍ରାମ ପାଇଁ ଗୁପ୍ତ ମନ୍ତ୍ରଣା ପ୍ରସ୍ତୁତ କରିବା ପାଇଁ ଏହି ଗ୍ରାମରେ କୁଆଡ଼େ ଆତ୍ମଗୋପନ କରିଥିଲେ। ଇତିହାସର ମୂକସାକ୍ଷୀ ଏହି ଗଁାରେ କୁଇ ସମ୍ପ୍ରଦାୟର ୧୮ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । ରୋହିବାଙ୍କ, ବାଘୁଆ ଛକରୁ ବାଘୁଆ କ୍ଷୁଦ୍ର ଜଳସେଚନ ରାସ୍ତା ଦେଇ ପ୍ରାୟ ଆଠ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ପଡ଼େ ତୁଲୁବି । ହଳନ୍ଦାପଲ୍ଲି ହରିଜନ ବସ୍ତିରୁ ତୁଲୁବିର ଦୂରତା ତିନି କିଲୋମିଟର। ଏ ଭିତରେ ଅନେକ ବର୍ଷାରେ ତାଙ୍କ ହାତ ତିଆରି ରାସ୍ତାର ଅର୍ଦ୍ଧାଧିକ ଧୋଇ ହେବାକୁ ବସିଲାଣି । ପୁଣି ପୂର୍ବର ପରିସ୍ଥିତି । ଏଣୁ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷ​‌େ​‌ର ଏ ନେଇ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବାତିଲେଖା ଦାସଙ୍କ ସହ ଯୋଗାଯୋଗ କରିବାରେ ଉକ୍ତ ପଞ୍ଚାୟତରେ ୮୦ପ୍ରତିଶତ ଜମି ଜଙ୍ଗଲ ବିଭାଗର ହୋଇଥିବାବେଳେ ଯଦି ଉକ୍ତ ଅଞ୍ଚଳରେ କିଛି ସମସ୍ୟା ଥାଏ ତେବେ ଲିଖିତ ଭାବେ ଜଣାଇବା ପରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories