www.samajalive.in
Sunday, December 14, 2025
26.1 C
Bhubaneswar

ବିହାରରେ ୨୦-୨୦ ଫର୍ମୁଲାରେ ହେବ ଏନ୍‍ଡିଏର ଆସନ ଭାଗବଣ୍ଟା

ପାଟନା : ବିହାରରେ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନ୍‍ଡିଏ) ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନର ବାଟ ଖୋଲିଛି। ଏନ୍‍ଡିଏ ଆସନ ବଣ୍ଟନ ପାଇଁ ଏକ ନୂଆ ଫର୍ମୁଲା ବାହାର କରିଛି। ଏହାକୁ ୨୦-୨୦ ଫର୍ମୁଲା କୁହାଯାଉଛି। ୪୦ ଲୋକସଭା ଆସନ ବିଶିଷ୍ଟ ବିହାରରେ ବିଜେପିର ୨୨ ସାଂସଦ ଅଛନ୍ତି। କିନ୍ତୁ ମେଣ୍ଟ ଧର୍ମ ପାଳନ ପାଇଁ ବିଜେପି ୨୦ ଆସନରେ ନିର୍ବାଚନ ଲଢିବାକୁ ରାଜି ହୋଇଛି। ଅର୍ଥାତ ବିଜେପି ଜିତିଥିବା ୨ଟି ଆସନକୁ ଅନ୍ୟ ଦଳ ପାଇଁ ଛାଡ଼ିବ। ଅନ୍ୟ ସହଯୋଗୀ ଦଳଙ୍କ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୧୨ରୁ ୧୪, ରାମବିଳାସ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ୫ରୁ ୬ଟି ଏବଂ ଉପନ୍ଦ୍ରେ କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସ୍‍ପି) ୨ଟି ଆସନରେ ନିର୍ବାଚନ ଲଢିବେ। ସେହିପରି ଆରଏଲଏସ୍‍ପିର ନିଲମ୍ବିତ ସାଂସଦ ଅରୁଣ କୁମାର ଏନ୍‍ଡିଏରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ସେ ଜାହାନାବାଦ ଆସନରେ ନିର୍ବାଚନ ଲଢି ପାରନ୍ତି ବୋଲି ସଂକେତ ମିଳିଛି। ଅପ୍ରେଲ ୧୦ରେ ବିହାର ଏନ୍‍ଡିଏ ବୈଠକରେ ଅଣବିଜେପି ଦଳ ଗୁଡ଼ିକ ୨୦-୨୦ ଫର୍ମୁଲା ସାମ୍ନାକୁ ଆଣିଥିଲେ। ସେତେବେଳେ ବିଜେପି ଏଥିରେ ସହମତ ହୋଇନଥିଲା। ପରେ ଜେଡିୟୁ ୨୫ ଆସନ ମାଗିବାରୁ କଥା ବିଗିଡ଼ି ଯାଇଥିଲା। ଏବେ ସମସ୍ତ ସହଯୋଗୀ ଦଳ ଏହି ୨୦-୨୦ ଫର୍ମୁଲାରେ ସହମତି ପ୍ରକାଶ କରିଥିବା ଜାଣିବାକୁ ମିଳିଛି। ଏଥିରେ ବିଜେପି ୨୦ଟି ଏବଂ ଅନ୍ୟ ସହଯୋଗୀ ଦଳ ଗୁଡ଼ିକ ୨୦ଟି ଆସନରେ ନିର୍ବାଚନ ଲଢିବେ।
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୩୦ଟି ଆସନରେ ଲଢିଥିଲା ଓ ୨୨ଟି ଜିତିଥିଲା। ଏଲ୍‍ଜେପି ୭ରୁ ୬ଟି ଏବଂ ଆରଏଲଏସ୍‍ପି ୩ରୁ ୩ ଆସସନରେ ବିଜୟୀ ହୋଇଥିଲେ। ଜେଡିୟୁ ୩୧ଟି ଆସନରେ ନିର୍ବାଚନ ଲଢି ଓ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିଲା। ଏବେ ଏହି ନୂଆ ଫର୍ମୁଲା ସମସ୍ତଙ୍କୁ ସୁହାଇଭା ଭଳି ହୋଇଛି। ଜୁଲାଇ ୧୨ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା। ଏହି ବୈଠକରେ ନୀତୀଶ ଜେଡିୟୁ ପାଇଁ ୧୭ରୁ ୧୮ ଆସନ ମାଗିଥିଲେ। ଏହାକୁ ଦେଖି ବିଜେପି ଜେଡିୟୁକୁ ଝାରଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଗୋଟିଏ ଲେଖାଏଁ ଆସନ ଦେବାକୁ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories