www.samajalive.in
Friday, December 12, 2025
23.1 C
Bhubaneswar

ପୁରୀରୁ ପଶ୍ଚିମ ଭାରତକୁ ଚଳାଚଳ କରୁଥିବା କେତେକ ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା

ଭୁବନେଶ୍ୱର :  ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇ ଯୋଡ଼ା ବିଶେଷ ଟ୍ରେନ ସେବାକୁ ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ବେଳେ ପୁରୀରୁ ପଶ୍ଚିମ ଭାରତକୁ ଚଳାଚଳ କରୁଥିବା କେତେକ ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା କରାଯାଇଅଛି।
ପୂର୍ବତଟ ରେଳବାଇ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ-ଶାଲିମର ସ୍ପେଶାଲ୍ ସେବାକୁ ଶାଲୀମାର ଠାରୁ ୪ ଅଗଷ୍ଟରୁ ୨୯ ସେପ୍ଟେମ୍ବର, ୨୦୨୧ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ ୬ ଅଗଷ୍ଟରୁ ୧ ଅକ୍ଟୋବର, ୨୦୨୧ ପର୍ଯ୍ୟନ୍ତ ଚଳାଚଳ ସେବା ବୃଦ୍ଧି କରାଯାଇଛି ।
ସେହିପରି ୦୮୬୩୭/୦୮୬୩୮ ହାତିଆ-ବାଙ୍ଗାଲୋର କ୍ୟାଂଟ-ହାଟିଆ ସ୍ପେସିଆଲର ସେବାକୁ ହାତିଆ ଠାରୁ ୭ ଅଗଷ୍ଟରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ୧୦ ଅଗଷ୍ଟରୁ ୨୮ ସେପ୍ଟେମ୍ବର, ୨୦୨୧ ପର୍ଯ୍ୟନ୍ତ ଚଳାଚଳ ସେବା ବୃଦ୍ଧି କରାଯାଇଛି । ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡିକରେ ସମୟ ସାରଣୀ ଅପରିବର୍ତିତ ରହିବ ।
ବିଶେଷ ଟ୍ରେନ୍ ପାଇଁ ଅତିରିକ୍ତ ରହଣି :
ପୂର୍ବତଟ ରେଳବାଇର  ସୂଚନା ଅନୁସାରେ ୦୮୪୦୫/୦୮୪୦୬ ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ଦୋଣ୍ଡାଇଚାରେ ରହିବ। ୦୨୯୭୩/୦୨୯୭୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେଶାଲ୍ ଉଭୟ ଦିଗରୁ ଅମାଲନେର ଠାରେ  ରହିବ।  ୦୯୪୯୩ ଗାନ୍ଧୀଧାମ-ପୁରୀ ସ୍ପେଶାଲ ଆନନ୍ଦ ଷ୍ଟେସନ ଠାରେ ରହିବ। ୦୨୦୩୭/୦୨୦୩୮ ପୁରୀ-ଆଜମେର-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ସାବରମତୀ ଷ୍ଟେସନ ଠାରେ ରହିବ । ୦୮୪୦୧/୦୮୪୦୨ ପୁରୀ-ଓଖା-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ହାପା ଏବଂ ଖମ୍ବଲିଆ ଷ୍ଟେସନ ଠାରେ ରହଣି ରହିବ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories