www.samajalive.in
Friday, December 12, 2025
23.1 C
Bhubaneswar

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ,ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କର ଉଦ୍ଦେଶ୍ୟରେ ୪ଦଫା ଦାବି ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ପ୍ରତ୍ୟେକ ରାଜ୍ୟରେ ସରକାରୀ ଭାବେ ଆଦିବାସୀ ପରିଷଦ ଗଠନ କରାଯିବା, ନୂତନ ଆର୍ଥିକ ଯୋଜନା ଅନୁଯାୟୀ ସରକାରୀ ଅନୁଷ୍ଠାନ /ସଂସ୍ଥାକୁ ଘରୋଇକରଣ ମାଧ୍ୟମରେ ଏସ୍‍ଟି/ଏସ୍‍ସି / ଓବିସି ମାନଙ୍କୁ ସରକାରୀ ଚାକିରୀରୁ ବଞ୍ଚିତ କରିବା ବନ୍ଦ କରାଯିବା। ଭୋଟ ବ୍ୟବସ୍ଥାରେ ଇଭିଏମ ବଦଳରେ ଭୋଟ କାଗଜ(ବୋଲଟ ପେପର)ବ୍ୟବହାର କରାଯିବା, ଆସନ୍ତା ଜନଗଣନାରେ ଆଦିବସୀମାନଙ୍କର ଧର୍ମସ୍ଥାନ ପାଇଁ ଏକ କଲମ ରଖାଯିବାକୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ପରିଷଦର ରାଜ୍ୟ ଉପସଭାପତି ଦମୋଦର ପୂଜାରୀ, ଅବିଭକ୍ତ କୋରାପୁଟ ଜିଲା ମୂଳନିବସୀ ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ, ବହୁକ୍ରାନ୍ତି ମୋର୍ଚ୍ଚା ଜିଲା ସଭାପତି ନରହରି ନାୟକ, ଓଡିଶା ରାଜ୍ୟ ବେରୋଜଗାର ମୋର୍ଚ୍ଚା ସଭାପତି ଚିଙ୍କା ଭତରା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ଜିଲା ସଭାପତି ପ୍ରକାଶ ଭତରା, ଡମୁସିଂ ମାଝୀ ବବ୍ରୁବାହନ ନାଏକ ଓ ରତନ ମାଝୀ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories