ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ଓ କୁନ୍ଦେଇ ଥାନା ଅଂଚଳରେ ବିଭିନ୍ନ ଯାଗାରେ ଆଜି ମାଓ ବ୍ୟାନର ଓ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଥିଲା। ଆଜିଠାରୁ ଅର୍ଥାତ୍ ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୦୩ ତାରିଖ ପର୍ଯ୍ୟନ୍ତ ସହୀଦ ସପ୍ତାହ ପାଳନ କରିବାକୁ ମାଓବାଦୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତ ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି। ନକ୍ସଲ ନେତା ଚାରୁ ମଜୁମଦାର ଓ କହ୍ନାଇ ଚାଟାର୍ଜୀ ଙ୍କ ସହୀଦ ସପ୍ତାହ ଭାବରେ ପାଳନ କରିବାକୁ ମାଓବାଦୀଙ୍କ ପକ୍ଷରୁ ଅନୁରୋଧ କରିଛନ୍ତି।
ଆଜି ସକାଳୁ ରାଇଘର ବ୍ଲକ ଗଞ୍ଜାପାରା. ହିରି ନୁଆପାରା ଆଦି ବହୁତ୍ ଅଂଚଳରେ ମାଓ ବ୍ୟାନର ଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ସବୁ ପୋଷ୍ଟର ଓ ବ୍ୟାନର ଚିତାନଦୀ କମିଟି ପକ୍ଷରୁ ଲାଗିଥିବା ଉଲ୍ଲେଖ କରାଯାଇଛି। କିଛି ଘଣ୍ଟା ପରେ ଖବର ପାଇ ରାଇଘର ଓ କୁନ୍ଦେଇ ପୋଲିସ ସମସ୍ତ ବ୍ୟାନର ଓ ପୋଷ୍ଟର ଜବତ କରିଥିବା ଜଣାପଡିଛି।



