www.samajalive.in
Monday, December 8, 2025
24.1 C
Bhubaneswar

ମୁରବିଙ୍କ ମୃତ୍ୟୁ ପରେ ଚିନ୍ତାରେ ପରିବାର: ସମାଜରେ ଖବର ପ୍ରକାଶନ ପରେ ପ୍ରଶାସନ ତତ୍ପର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନ ମୋହନା ପଞ୍ଚାୟତର ସନ୍ତୋଷୀ ନଗରର ସୁରଜ ପୋଲେଇ ଗତମାସ ୧୨/୦୬ରେ କରୋନା ଆକ୍ରାନ୍ତ ହୋଇ କଳିଆପଟା କୋଭିଡ ମେଡିକାଲରୁ ଚିକିସ୍ଥିତ ହେବାପରେ ଗୁରୁତର ହେବାରୁ ବ୍ରହ୍ମପୁର ଟାଟା କୋଭିଡ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଗତ ୧୧/୦୭ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଓ ସାଙ୍ଗ ସାଥୀ ଦୁଃଖରେ ମ୍ରିୟମାଣ ହେବା ସହ ମୋହନା ସହରରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଦୁଇଟି ଝିଅ ଅଛନ୍ତି। ଗୋଟିଏ ଝିଅ ୯ବର୍ଷ ଓ ଅନ୍ୟ ଝିଅଟି ୬ବର୍ଷର । ଦୁଇ ଝିଅ ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଡୁଛନ୍ତି। ସୁରଜ ଏକ ବାଇକ ଗେରେଜ କରି ପରିବାର ପ୍ରତିପୋଷଣ କରୁଥିଲେ ।ଏବେ ସେ କରୋନାରେ ଚାଲିଯିବା ପରେ ଦୁଇ ଝିଅ ଓ ସ୍ତ୍ରୀ ଭାଙ୍ଗି ପଡିଛନ୍ତି। ଦୁଇଟି ପିଲାଙ୍କୁ କିପରି ମଣିଷ କରିବେ ସେ ଚିନ୍ତାରେ ସ୍ତ୍ରୀ ମର୍ମାହତ। ସୁରଜଙ୍କର ସ୍ତ୍ରୀ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡିଛି।

ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ଗଣମାଧ୍ୟମ ଜରିଆରେ ପ୍ରଶାସନ ନିକଟରେ ନିବେଦନ କରିଥିଲେ। ସମାଜରେ ପ୍ରକାଶନ ପରେ ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମୋହନା ସ୍ଥିତ ସନ୍ତୋଷୀ ନଗରରେ ରହୁଥିବା ମୃତ ସୁରଜଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ବବିତା ପୋଲେଇଙ୍କ ସହିତ ପରିବାର ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଆଶୀର୍ବାଦ ଯୋଜନାରେ ସାମିଲ କରି ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories