www.samajalive.in
Saturday, December 6, 2025
26.1 C
Bhubaneswar

ହୀରାକୁଦର ୧୪ ଫାଟକ ଖୋଲା, ଜଳସ୍ତର ୬୦୭.୧୭ ଫୁଟ

ହୀରାକୁଦ: ଉପରମୁଣ୍ଡରେ ବର୍ଷା ଏବଂ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରୁ ଗତ ୨୪ ତାରିଖ ଅପରାହ୍ନରେ ହୀରାକୁଦ ନଦୀବନ୍ଧର ୪ଟି ଫାଟକ ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଅଧିକ ସଂଖ୍ୟକ ଫାଟକ ଖୋଲିଥିବାବେଳେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ବାମପଟର ୯ଟି ଓ ଡାହାଣପଟର ୫ଟି ଏହିପରି ମୋଟ ୧୪ଟି ଫାଟକ ​ଖୋଲା ରହିଛି। ​‌ଏହି ସମୟରେ ଜଳସ୍ତର ୬୦୭.୧୭ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୫ ହଜାର ୭୫୦ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ଫାଟକ, ପାୱାର ଚେନାଲ, ଶିଳ୍ପ ଓ କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୫ ହଜାର ୨୪୩ ଘନଫୁଟ ଜଳ ନିଷ୍କାସିତ ହେଉଛି। ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୩୪.୭୧ ମିଲିମିଟର ଏବଂ ତଳମୁଣ୍ଡରେ ୧୬.୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ହୀରାକୁଦ ନଦୀବନ୍ଧର ଦୁଇଟି ଫାଟକ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ତେବେ, ଜଳସ୍ତର ହ୍ରାସ ପାଇବାରୁ ୧୭ ତାରିଖରେ ଉଭୟ ଫାଟକକୁ ବନ୍ଦ କରିଦିଆଯାଇଥିଲା।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories