www.samajalive.in
Monday, December 8, 2025
20.1 C
Bhubaneswar

ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

ରାମନାଗୁଡା: ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ପି.ଡି.ଡି.ଆର୍‍.ଡି.ଏ ମହେଶ୍ୱର ଚନ୍ଦ୍ର ନାଏକ, ରାମନାଗୁଡା ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶୁଣ୍ଢିଧାମୁଣି ଗ୍ରାମ ଗସ୍ତ କରି ସେଠାରେ ନବ ନିର୍ମିତ ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ଜିଲ୍ଲାପାଳ ସେମାନଙ୍କ ଜୀବକା ସମନ୍ଧିୟ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ସଭ୍ୟାମାନଙ୍କୁ ଦଳଗତ ଭାବେ ହଳଦୀ ଉତ୍ପାଦନ ଏବଂ ପକ୍ରିୟାକରଣ କରି ବ୍ୟବସାୟ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ସେଠାରେ ଉପସ୍ଥିତ ଥିବା ବ୍ଲକ ପ୍ରଜେକ୍‍ଟ ମେନେଜର, ଓଡିଶା ଜିବୀକା ମିଶନ ରାମନାଗୁଡାଙ୍କୁ ଏକ ହଳଦୀ ଉତ୍ପାଦନ ଗୋଷ୍ଠୀ ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ବାଟପୁଲିସି ଗ୍ରାମର ମହିଳା ସଦସ୍ୟା ମାନେ ଜିଲ୍ଲାପାଙ୍କ ନିଜର ଗ୍ରାମର ପାନୀୟ ଜଳ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ସେଠାରେ ଉପସ୍ଥିତ ଥିବା ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ୭ଦିନ ଭିତରେ ଗ୍ରାମକୁ ଏବଂ ଅଙ୍ଗନୱାଡି କେନ୍ଦ୍ର ଜଳ ଯୋଗାଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସତ୍‍ ସହିତ ସୌରଚାଳିତ ପାଣିୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅତି ଶୀଘ୍ର ମରାମତି କରି କାର୍ଯ୍ୟାକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟକାରୀତା ନେଇ ପଚାରିବୁଝିଥିଲେ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଥିବା ପୃଷ୍ଟି ବଗିଚାର ପରିଦର୍ଶନ କରି ବିଭିନ୍ନ ପନିପରିବା ଉତ୍ପାଦନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହା ପରି ରାମନାଗୁଡା ସରକାରୀ ଉଚ୍ଚବିଦ୍ୟାଳୟକୁ ଗସ୍ତ କରି ସେଠାରେ ନିର୍ମାଣ ହେଉଥିବା ସ୍ମାର୍ଟ ଶ୍ରେଣୀ ଗୃହର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମିକ୍ଷା କରିଥିଲେ ଏବଂ ନିର୍ଦ୍ଦାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡା, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ବିଦ୍ୟାଳୟରେ ଥିବା ୧୦ମ ଶ୍ରେଣୀ ଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ପାଠ୍ୟ କ୍ରମ ବିଷୟରେ ବାର୍ତ୍ତାଳାପ କରି କୋଭିଡ-୧୯ ନିମୟର ସୁଚାରୁ ରୂପେ ପାଳନ କରି ଶିକ୍ଷା ନେବା ନିମନ୍ତେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅକ୍‍ଟୋବର ୨ ଠାରୁ ସ୍ମାର୍ଟ ଶ୍ରେଣୀ ଗୃହରେ ପାଠ ପଢିବାର ସୁଯୋଗ ପାଇବେ ବୋଲି ସୂଚନା ଦେଇଥିଲେ।

- Advertisement -

ଏହା ପରେ ସେଠାରେ ଉପସ୍ଥିତ ଥିବା ପୁରାତ୍ତନ ଛାତ୍ର ମାନଙ୍କ ସହ ସ୍ମାର୍ଟ ବିଦ୍ୟାଳୟ ନେଇ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମୋ ସ୍କୁଲ କାର୍ଯ୍ୟାକ୍ରମରେ ନିଜନିଜର ସାଧ୍ୟମତେ ଆର୍ଥିକ ସହାୟତା କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ପିଡି ଡିଆରଡିଏ ମହେଶ୍ବର ନାୟକ, ତହସିଲଦାର, ଜୟଶ୍ରୀ ମଲ୍ଲିକ, ରାମନାଗୁଡା ବିଡ଼ିଓ ବେଣୁଧର ଶବର, ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ପ୍ରମୋଦ ମିଶ୍ର, କନିଷ୍ଠଯନ୍ତୀ ହିମାଂଶୁ ରଥଙ୍କ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories