www.samajalive.in
Friday, December 12, 2025
23.1 C
Bhubaneswar

ଆଜୀବନ ଜେଲଦଣ୍ଡ ଭୋଗୁଥିବା ହତ୍ୟାକାରୀଙ୍କୁ ଜେଲରୁ ଖଲାସର ପ୍ରତିବାଦ

ନବରଙ୍ଗପୁର: ନବରଙ୍ଗପୁର ଉପକାରାଗାରରେ ଏକ ହତ୍ୟାମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତ ଦେବ ନାୟକଙ୍କର ଖଲାସକୁ ପ୍ରତିବାଦ କରି ମୃତ ଟଙ୍କଧରଙ୍କ ପତ୍ନୀ କୈାଶଲ୍ୟା ବିଷୋୟୀ ଜିଲାପାଳଙ୍କୁ ଭେଟି ପୁନର୍ବାର ଜେଲଦଣ୍ଡରେ ଦଣ୍ଡିତ କରିବାକୁ ଅନୁରୋଧ କରି ଲିଖିତ ଭାବେ ଜଣାଇଛନ୍ତିି। ଗତ ୨୦୦୬ ମସିହା ମେ ୬ ତାରିଖ ଦିନ ପାପହାହାଣ୍ଡିଥାନା ଅନ୍ତର୍ଗତ ବାରିଗୁଡା ଗ୍ରାମର ଟଙ୍କଧର ବିଷୋୟୀଙ୍କୁ ସେହିଗ୍ରାମର ଦେବନାୟକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ମାମଲା ସିଟି ନମ୍ବର- ୯୨/୦୬ ପ୍ରକାରେ ନବରଙ୍ଗପୁର ଅତିରକ୍ତ ଜିଲାଜଜ୍‍ ଅଭିଯୁକ୍ତ ଦେବ ନାୟକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଟଙ୍କଧର ଙ୍କର ମୃତ୍ୟୁ ପରେ ତାଙ୍କର ପରିବାରର ସଂସାର ଉଜୁଡି ଯାଇଛି। ଅତ୍ୟନ୍ତ ଦୟନୀୟ ଭାବେ କାଳାତିପାତ କରୁଛନ୍ତି। ହତ୍ୟାକାରୀର ପରିବାର ସହିତ ତାଙ୍କର ପରିବାରର ସବୁବେଳେ କଳହ ଲାଗି ରହିଛି। ଏହି ପରିସ୍ଥିତିରେ ଗତ ଜୁଲାଇ ୨୦ ତାରିଖରେ ନରହତ୍ୟାକାରୀ ଦେବ ନାୟକଙ୍କୁ ଜେଲରୁ ଖଲାସ କରାଯାଇଛି। ଏହାକୁ ନେଇ ସେ ଦୃଢନିନ୍ଦା କରିବା ସହ ତିବ୍ର ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଅଶାନ୍ତି ବଢିବ ଓ ପ୍ରତିମୁହୁର୍ତ୍ତରେ ତାଙ୍କର ପରିବାରର ବିପଦ ବଢିବ। ତାଙ୍କର ପରିବାରର ସମସ୍ତ ଲୋକ ଆତ୍ମହତ୍ୟା କିମ୍ବା ଭିଟାମାଟି ଛାଡି ପଳାୟନ କରିବା ଛଡା ଅନ୍ୟ କୈାଣସି ବାଟନାହିଁ। ଏଣୁ ଏହାର ବିଚରଣା କରି ଏହି ମାମଲାର ପୁନର୍ବିଚାର କରି ଆସାମୀଙ୍କୁ ପୁନର୍ବାର ଜେଲକୁ ପଠାଇବା ନିମନ୍ତେ ନିବେଦନ କରିଛନ୍ତି। ଏହାର ନକଲ ଏସ୍‍ପିଙ୍କୁ ପ୍ରଦାନ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories