www.samajalive.in
Monday, December 8, 2025
14.1 C
Bhubaneswar

ଆଜି ଶ୍ରାବଣର ପ୍ରଥମ ସୋମବାର ; ଖାଁ ଖାଁ ସମସ୍ତ ଶୈବପୀଠ

ଭୁବନେଶ୍ୱର : ଆଜି ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର। ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳ ଲାଗି କରିଥାଆନ୍ତି। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇ ରହନ୍ତି। ବ୍ରତପାଳନ କରନ୍ତି। ମାତ୍ର ବର୍ତମାନ କରୋନା କଟକଣା ଅନୁଯାୟୀ ଏହାକୁ ଦୃଷ୍ଟିିରେ ରଖି ସତର୍କତା ଓ ସୁରକ୍ଷା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ ଲାଗୁ ହୋଇଛି। ଏହି କାରଣରୁ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଉଡ଼ିଆମାନେ ଶୈବପୀଠରେ ଜଳ ଲାଗି ନ କରିବା ପାଇଁ ନିୟମ ଲାଗୁ କରାଯାଇଛି।କରୋନା କଟକଣା କାରଣରୁ ସମସ୍ତ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି । ଭିଡ ନ ହେବା ପାଇଁ କରୋନା ଗାଇଡଲାଇନ ଅନୁଯାୟୀ, କେବଳ ମନ୍ଦିର ମାନଙ୍କରେ ପୂଜାରୀ ହିଁ ପୂଜାର୍ଚ୍ଚନା କରୁଛନ୍ତି । ଆଜିର ପବିତ୍ର ଦିନରେ ପୂର୍ବରୁ ସମସ୍ତ ଶୈବପୀଠରେ ଓଁ ନମଃ ଶିବାୟ, ଶିବଙ୍କ ମନ୍ତ୍ରର ଉଚ୍ଚାରଣରେ ପ୍ରକମ୍ପିତ ହେଉଥିବା ବେଳେ ଚଳିତ ବର୍ଷ ସବୁଠି ଖାଁ ଖାଁ। ଓଡ଼ିଶାରରେ ବିଭିନ୍ନ ଶୈବପୀଠ ଯେପରି ଢେଙ୍କାନାଳର କପିଳାସ, ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଆଠଗଡ଼ର ଧବଳେଶ୍ୱର , ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡ଼ୁବାବା ଭଳି ଶୈବପୀଠରେ କେବଳ ପୂଜାରୀଙ୍କ ଦ୍ୱାରା ହିଁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories