www.samajalive.in
Sunday, December 14, 2025
23.1 C
Bhubaneswar

ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ତେଲଙ୍ଗାନାର ରାମାପ୍ପା ମନ୍ଦିର

ନୂଆଦିଲ୍ଲୀ : ତେଲଙ୍ଗାନାର ମୁଲୁଗୁ ଜିଲାସ୍ଥିତ ରୁଦ୍ରେଶ୍ବର ରାମାପ୍ପା ମନ୍ଦିର ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ପ୍ରତିଷ୍ଠାନ (ୟୁନେସ୍କୋ) ରବିବାର ଏହାର ଟ୍ବିଟରରେ ଏହି ଘୋଷଣା କରିଛି। ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିର ଦକ୍ଷିଣ ଭାରତର କାକତୀୟ ରାଜବଂଶ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ଏହି ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟୀର। ରାମାପ୍ପା ମନ୍ଦିର ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଏହି ମନ୍ଦିରକୁ ପରିଦର୍ଶନ କରିବା ଲାଗି ସମସ୍ତଙ୍କୁ ନିବେଦନ କରିଛନ୍ତି। ବିଶ୍ବ ଐତିହ ତାଲିକାରେ ରାମାପ୍ପା ମନ୍ଦିରକୁ ସ୍ଥାନିତ କରିବା ଲାଗି ୨୦୧୯ରେ କେନ୍ଦ୍ର ସରକାର ୟୁନେସ୍କୋକୁ ପ୍ରସ୍ତାବ ଦେଇଥିଲେ।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories