www.samajalive.in
Saturday, December 13, 2025
26.1 C
Bhubaneswar

ହାଇଦର ଶରୀରରୁ ବାହାରିଲା ୪ଟି ଗୁଳି, ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଗଲା ହସ୍ତାନ୍ତର

ଭୁବନେଶ୍ବର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ ହାଇଦରଙ୍କ ପୁଲିସ ଏନକାଉଣ୍ଟରରେ ଗତକାଲି ବାଲେଶ୍ବର ଜିଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ଶବବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା। ଆଜି ହାଇଦରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପରେ ହାଇଦରଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହାଇଦରଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।
ମୃତଦେହ ବ୍ୟବଚ୍ଛେଦ କରିବା ପୂର୍ବରୁ ହାଇଦରରଙ୍କ ସ୍ତ୍ରୀ ଓ ସଂପର୍କୀୟଙ୍କୁ ଶବ ଗୃହକୁ ଯିବା ପାଇଁ ପୁଲିସ ଅନୁମତି ଦେଇଥିଲା। ସେମାନେ ବାହାରକୁ ବାହାରିବା ପରେ କହିଛନ୍ତି ହାଇଦର ଦେହରେ ୩ରୁ ୪ଟି ଗୁଳି ବାଜିଥିବା ପ୍ରକାଶ କରିଥିଲେ। ଏହାପରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ୩ ଜଣିଆ ଡାକ୍ତରୀ ଟିମ୍, ମାଜିଷ୍ଟ୍ରେଟ, ୨ଟି କ୍ୟାମେରା, ପୁଲିସ ଶବ ବ୍ୟବଚ୍ଛେଦ ଗୃହରେ ଉପସ୍ଥିତ ଥିଲେ।

 

- Advertisement -

ଆଜି ହାଇଦରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ହାଇଦରଙ୍କ ଶରୀରରୁ ୪ଟି ଗୁଳି ବାହାରିଛି। ସେଥିମଧ୍ୟରୁ ୨ଟି ଗୁଳି ପଞ୍ଜରାରୁ ଓ ୨ଟି ଜଙ୍ଘରୁ ବାହାରିଛି ବୋଲି ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦରର ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି। ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ହାଇଦରର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories