www.samajalive.in
Wednesday, December 10, 2025
26.1 C
Bhubaneswar

ଅଟ୍ଟାଳି ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ

ଆଠଗଡ: ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ସୁନାବେଶ ସାରି ଆଠଗଡର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କର ଶୁକ୍ରବାର ନିଳାଦ୍ରୀ ବିଜେ ହୋଇଛି। ପ୍ରତ୍ୟୁଷରେ ରଥ ଭାବେ ବ୍ୟବହାର କରାଯାଇଥିବା ଅସ୍ଥାୟୀ ମଣ୍ଡପରେ ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତି ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର, ବଡପଣ୍ଡା ଶରତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସେବାୟତଙ୍କ ସହଯୋଗରେ ସଂପନ୍ନ କରିଥିଲେ। ପରେ ପରେ ଶ୍ରୀ ଜୀଉଙ୍କୁ ଗୋଟି ପହଣ୍ଡିରେ ମନ୍ଦିରକୁ ନେବା ବାଟରେ ମନ୍ଦିରର କବାଟ କିଳି ମହାଲକ୍ଷ୍ମୀ ବାଟ ଓଗାଳିଥିଲେ। ପରମ୍ପରା ଅନୁଯାୟୀ ଶ୍ରୀ ଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଖୁଆଇ ମାନଭଞ୍ଜନ କରିବା ପରେ ମହାଲକ୍ଷ୍ମୀ ମନ୍ଦିର ମଧ୍ୟକୁ ଜଗନ୍ନାଥଙ୍କୁ ପ୍ରବେଶ ଅନୁମତି ଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories