www.samajalive.in
Saturday, December 13, 2025
14.1 C
Bhubaneswar

୨୭ ଜୁଲାଇ ଯାଏ ପୁଲିସ ହେପାଜତରେ ରହିବେ ରାଜ୍

ମୁମ୍ବଇ: ୨୭ ଜୁଲାଇ ଯାଏ ପୁଲିସ ହେପାଜତରେ ରହିବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା। ମୁମ୍ବଇର ଏକ କୋର୍ଟ ଆଜି ରାଜ କୁନ୍ଦ୍ରାଙ୍କ ଓ ତାଙ୍କ ସହଯୋଗୀ ରିୟାନ ଥର୍ପେଙ୍କ ପୁଲିସ ହେପାଜତରେ ରହିବା ଅବଧିକୁ ବୃଦ୍ଧି କରିଛନ୍ତି। ଉଭୟଙ୍କୁ ଏବେ ଜୁଲାଇ ୨୭ ତାରିଖ ଯାଏ ପୁଲିସ ହେପାଜତକୁ ପଠାଯାଇଛି।

ଅଶ୍ଳୀଳ ଚଳଚ୍ଚିତ୍ର ମାଧ୍ୟମରେ ଅର୍ଜିତ ଟଙ୍କା ଅନଲାଇନ୍ ବେଟିଂରେ ବ୍ୟବହୃତ ହେଉଥିବା ନେଇ ପୁଲିସ୍ ସନ୍ଦେହ କରୁଛି। ଏ ବିଷୟରେ ଜାଣିବା ପାଇଁ ପୁଲିସ ଉଭୟଙ୍କୁ ୭ ଦିନ ହେପାଜତରେ ରଖିବାକୁ ଅନୁମତି ମାଗିଛି।

- Advertisement -

ସୂଚନାଯୋଗ୍ୟ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରିୟାନ ଥର୍ପେ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତିରେ ମୁମ୍ବଇ ପୁଲିସର ଅପରାଧ ନିୟନ୍ତ୍ରଣ ଶାଖା ଗିରଫ କରିଥିଲା। ରାଜ କୁନ୍ଦ୍ରା ଏବଂ ରିୟାନ୍ ଥର୍ପେଙ୍କୁ ମୁମ୍ବଇର ଏସପ୍ଲାନେଡ୍ କୋର୍ଟକୁ ଅଣାଯିବା ପରେ ପୁଲିସ ହେପାଜତକୁ ପଠାଯାଇଥିଲା

 

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories