www.samajalive.in
Saturday, December 13, 2025
26.1 C
Bhubaneswar

ଇର୍ଫାନ ଖାନ ବିରଳ କର୍କଟରେ ଆକ୍ରାନ୍ତ

ନୂଆଦିଲ୍ଲୀ : ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଇର୍ଫାନ ଖାନ ବିରଳ ନ୍ୟୁରୋ ଏଣ୍ଡୋକ୍ରାଇନ ଟ୍ୟୁମର (କର୍କଟ) ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଓସ୍କାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଇର୍ଫାନ ଖାନ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ପ୍ରଶଂସକ ଓ ସାଙ୍ଗଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ।

ଏହା ଏକ ବିରଳ ରୋଗ । ଏହି ରୋଗ ଶରୀରରେ ହର୍ମୋନ ସୃଷ୍ଟିକାରୀ ଅଂଶରେ ବଢିଥାଏ । ଟ୍ୱିଟ୍‌ର ଯୋଗେ ଇର୍ଫାନ ଏହି ସୂଚନା ଦେବା ସହ ସମସ୍ତଙ୍କ ଭଲପାଇବା ତାଙ୍କୁ ଏଭଳି କଷ୍ଟକର ସମୟରେ ସାହାସ ଯୋଗାଇଛି ବୋଲି ଉଲ୍ଲେଖ କରିଛନ୍ତି । ଇର୍ଫାନ ଏହାସହ ଲେଖିଛନ୍ତି ଯେ ଏବେ ମୁଁ ଦେଶ ବାହାରେ ଅଛି । ମୋ ପାଇଁ ଭଗବାନଙ୍କୁ ଆଶୀର୍ବାଦ ମାଗିବାକୁ ନିବେଦନ କରୁଛି ।

- Advertisement -

ପ୍ରକାଶଯୋଗ୍ୟ ଯେ ଇର୍ଫାନ କିଛି ଦିନ ତଳେ ତାଙ୍କୁ ଏକ ବିରଳ ରୋଗ ହୋଇଥିବା କଥା କହିଥିଲେ । ମାତ୍ର କି ରୋଗ ହୋଇଛି ତାହା ସ୍ପଷ୍ଟ କରିନଥିଲେ । ଇର୍ଫାନଙ୍କ ପ୍ରଥମ ଟ୍ୱିଟ୍‌ ପରେ ଅଗଣିତ ପ୍ରଶଂସକ ଓ ବଲିଉଡ଼ ତାରକାମାନେ ତାଙ୍କ ପାଇଁ ଭଗବାନଙ୍କଠାୁର ଆଶିଷ ମାଗିବା ଆରମ୍ଭ କରିଦେଇଥିଲେ । ଏବେ ସେ ରୋଗର ନାମ ଟ୍ୱିଟ୍‌ ଯୋଗେ ପ୍ରକାଶ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories