www.samajalive.in
Saturday, December 6, 2025
23.1 C
Bhubaneswar

ପରମବୀର ସିଂହଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, ଏଫଆଇଆର ଦାୟର

ମୁମ୍ୱଇ: ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଏନେଇ ମରିନ୍‌ ଡ୍ରାଇଭ୍ ଥାନାରେ ପରମବୀରଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଛି। ଜଣେ ବ୍ୟବସାୟୀ ଏହି ଏଫଆଇଆର ଦାୟର କରିଛନ୍ତି। ମୋଟ୍‌ ୮ ଜଣଙ୍କ ନାଁରେ ବ୍ୟବସାୟୀ ଜଣକ ଏଫଆଇଆର ଦାୟର କରିଛନ୍ତି। ଯେଉଁଥିରେ ୬ ପୁଲିସ ଅଧିକାରୀ ସାମିଲ ଅଛନ୍ତି। ଏହା ବ୍ୟତୀତ ଅନ୍ୟ ଦୁଇ ଜଣ ବ୍ୟକ୍ତି ଅଛନ୍ତି ଓ ସେ ଦୁହିଁଙ୍କୁ ଗିରଫ କରାସରିଛି।

ବ୍ୟବସାୟୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବିରୋଧରେ ଥିବା କିଛି ମାମଲା ଓ ଅଭିଯୋଗକୁ ରଫାଦଫା କରିବା ପ୍ରତିବଦଳରେ ତାଙ୍କୁ ୧୫ କୋଟି ଟଙ୍କା ମଗାଯାଇଥିଲା। ଯେଉଁ ପୁଲିସ ଅଧିକାରୀମାନଙ୍କ ନାମ‌ରେ ଅଭିଯୋଗ ହୋଇଛି, ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବଇ ପୁଲିସର କ୍ରାଇମବ୍ରାଞ୍ଚ ୟୁନିଟର ଡିସିପି। ଅନ୍ୟ ପୁଲିସ କର୍ମୀମାନେ କ୍ରାଇମବ୍ରାଞ୍ଚର ଭିନ୍ନ ଭିନ୍ନ ବିଭାଗରେ ଇନ୍ସପେକ୍ଟର ପଦରେ କାର୍ୟ୍ୟରତ। ଏହି ମାମଲାରେ ୨ ଜଣଙ୍କ ଗିରଫ କରାଯାଇଛି। ପୁଲିସ ଦୁହିଁଙ୍କୁ ପଚରାଉଚରା କରୁଛି। ଖୁବଶୀଘ୍ର ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

- Advertisement -

 

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories